Report Card Odisha

| Daily Odia News

ଚିନ୍ତା ବଢ଼ାଇଲା ଓମିକ୍ରନ ଗୋଷ୍ଠୀ ସଂକ୍ରମଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି | ଏନେଇ କ୍ଲିନିକାଲ୍ ଭାବେ ପ୍ରମାଣ ମିଳିଛି । ଦିଲ୍ଲୀ ଆଇଏଲବିଏସ୍ କ୍ଲିନିକାଲ୍ ଭାଇରୋଲୋଜି ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ସୂଚନା ଯେ, ଦିଲ୍ଲୀରେ ସଂକ୍ରମଣ ବର୍ତ୍ତମାନ ପିକ୍ କୁ ଅତିକ୍ରମ କରିଛି । ଏନେଇ କେନ୍ଦ୍ର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଦେଶରେ ପୁଣିଥରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ୨ ଲକ୍ଷ ୬୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୪୦୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଓମିକ୍ରମ ମାମଲା ୬ହଜାର ପାର୍ କରିଛି । ମୋଟ ମାମଲା ବର୍ତ୍ତମାନ ୬ହଜାର ୪୧ ରହିଛି ।

Breaking News