ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶିକ୍ଷକମାନେ ପିଲାଙ୍କୁ ଶିକ୍ଷାଦାନ କରିବା ସହିତ ଭଲ ମଣିଷ କରି ଗଢ଼ିତୋଳୁଛନ୍ତି। ହେଲେ ଶିକ୍ଷକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ତାଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ସୁବିଧା କରାଯାଉନାହିଁ। ଏବେ ମଧ୍ୟ ରାଜ୍ୟରେ ହଜାର ହଜାର ଶିକ୍ଷକ ଅବହେଳିତ ଓ ନିଷ୍ପେସିତ ଭାବେ ରହିଛନ୍ତି। ଯଦି ରାଜ୍ୟ ସରକାର ସେପ୍ଟେମ୍ବର ୫ ଗୁରୁଦିବସରେ ଶିକ୍ଷକଙ୍କୁ ଗୁରୁଦକ୍ଷିଣା ନ ଦିଅନ୍ତି, ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଆବାହକ ରଞ୍ଜନ କୁମାର ଦାଶ କହିଛନ୍ତି। ବୁଧବାର ଶ୍ରମିକ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ ଏସମ୍ପର୍କରେ ସୂଚନା ଦେଇ କହିଲେ, ସମିତିର ପ୍ରମୁଖ ଦାବିଗୁଡିକ ମଧ୍ୟରେ ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରାଯାଉ। ଅବସର ନେଉଥିବା କିମ୍ବା ନେଇଥିବା ଶିକ୍ଷକ ଏବଂ କର୍ମଚାରୀଙ୍କୁ ପେନସନ ପ୍ରଦାନ କରାଯାଉ। ଚାକିରୀ ସର୍ତ୍ତାବଳୀ ପ୍ରଦାନ ଏବଂ ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରାଯାଉ।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..