ରିପୋର୍ଟ କାର୍ଡ / ଲକ୍ଷ୍ନୌ
ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ୍ ସିଂହ ଯାଦବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ଉତ୍ତର ପ୍ରଦେଶ ରାଜ୍ୟରେ ୩ ଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ| ଏଣେ ଆଜି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଲାୟମ୍ଙ୍କ ପୁଅ ଅଖିଳେଶ ଯାଦବ ଓ ଭାଇ ରାମଗୋପାଳ ଯାଦବଙ୍କୁ ଫୋନ୍ କରି ସମବେଦନା ଜଣାଇଥିବା କଥା ଜଣେ ମୁଖପାତ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ସେ ଥିଲେ ସମାଜବାଦର ସ୍ତମ୍ଭ। ତାଙ୍କ ମୃତ୍ୟୁ ହେଉଛି ଗୋଟାଏ ସଂଗ୍ରାମ ଯୁଗର ଅବସାନ ଘଟିଛି। ଦିବଂଗତ ଆତ୍ମାର ଶାନ୍ତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ତାଙ୍କ ସମର୍ଥକଙ୍କ ପ୍ରତି ମୋର ସମବେଦନା। ପୂର୍ବରୁ ଉତ୍ତର ପ୍ରଦେଶର ୩ଥର ମୁଖ୍ୟମନ୍ତ୍ରୀ ଓ ଥରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ସ୍ବର୍ଗତ ମୁଲାୟମ୍ ସିଂହ ଯାଦବଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଆସନ୍ତାକାଲି ସୈଫଇ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବ। ତାଙ୍କ ମୃତ୍ୟୁ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି।
More Stories
ପାକିସ୍ତାନରେ ବୋମା ବିସ୍ଫୋରଣ, ୯ମୃତ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ; ୧୦ମୃତ…..
ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ…..