ରିପୋର୍ଟ କାର୍ଡ / କଟକ
କଟକରେ ଜଣେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ସ୍ଵାବ ପରୀକ୍ଷା ପାଇଁ ଭୁବନେଶ୍ଵର ପଠାଯାଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ପୁରୁଷ ସଂକ୍ରମିତ ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ରହିଥିବା କହିଛନ୍ତି କଟକ ସିଡିଏମଓ । ଓଡ଼ିଶାରେ କୋଭିଡ ପଜିଟିଭଙ୍କ ସଂଖ୍ୟା ୬ ରେ ପହଞ୍ଚିଛି । ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ଏବଂ କଟକରୁ ଜଣେ ସଂକ୍ରମିତ ଚିହ୍ନଟ। ଏମାନଙ୍କ ମଧ୍ୟରେ ୪ ପୁରୁଷ ଓ ଜଣେ ମହିଳା କରୋନା ସଂକ୍ରମିତ ଅଛନ୍ତି।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….