ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ଦେଶରେ ଖୁବଶୀଘ୍ର ଲାଗୁ ହେବ ୱାନ୍ ନେସନ ୱାନ୍ ପୋଲିସ ୟୁନିଫର୍ମ ପଲିସି । ଏଣିକି ପୋଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ । ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ପୋଲିସ କର୍ମଚାରୀଙ୍କ ଭିନ୍ନ ଭିନ୍ନ ପୋଷାକ ରହିଥିବାରୁ ଏହାକୁ ବଦଳାଇ ଗୋଟିଏ ପ୍ରକାର ପୋଷାକ ପରିଧାନ ପାଇଁ ବ୍ୟବସ୍ଥା କରାଯିବ । ଏନେଇ ଓଡ଼ିଶା ସମେତ ୧୬ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଆନ୍ଧ୍ର, ଅରୁଣାଚଳ, ଆସାମ, ଗୋଆ, ହିମାଚଳ, ଝାଡଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗକୁ ଏନେଇ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି । ନଭେମ୍ବର ୪ତାରିଖ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି । କେନ୍ଦ୍ରର ଚିଠି ପରେ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ତଥ୍ୟ ପାଇଁ ଡିଜିପି କଣ୍ଟ୍ରୋଲ ରୁମର ନିର୍ଦେଶ ରହିଛି ।






More Stories
ବଦଳିଲା MGNREGA ନାଁ…..
ମରକ୍କୋରେ କୋଠା ଭୁଶୁଡ଼ି ୧୯ ମୃତ…..
ବାରବାଟୀରେ ଭାରତର ବିରାଟ ବିଜୟ……