ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିପାରି ନଥିବା ବେଳେ ମହାରାଷ୍ଟ୍ର ଉପ ନିର୍ବାଚନରେ ବାଜିମାରିଛି କଂଗ୍ରେସ । ମହାରାଷ୍ଟ୍ରର କସବା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସର ରବୀନ୍ଦ୍ର ଧାଙ୍ଗେକର ବାଜିମାତ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ନେତା ହେମନ୍ତ ରାସାନେଙ୍କୁ ପ୍ରାୟ ୧୧ ହଜାର ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ରବୀନ୍ଦ୍ର କଂଗ୍ରେସ ନେତା ହୋଇଥିବା ବେଳେ ତାଙ୍କୁ ମହା ବିକାଶ ଅଘାଡି(ଏମଭିଏ)ରେ ଥିବା ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦପ ପାୱାରଙ୍କ ଏନସିପି ସମର୍ଥନ କରୁଥିଲେ। ରବୀନ୍ଦ୍ରଙ୍କୁ ମୋଟ ୭୩,୧୯୪ ଖଣ୍ଡ ଭୋଟ ମିଳିଥିବା ବେଳେ ହେମନ୍ତ ୬୨,୨୪୪ ଖଣ୍ଡ ଭୋଟ ପାଇଛନ୍ତି। ପ୍ରଥମ ରାଉଣ୍ଡରୁ ହିଁ ରବୀନ୍ଦ୍ର ଲିଡ୍ରେ ରହିଥିଲେ। ଶେଷରେ ୨୦ ରାଉଣ୍ଡ ଗଣତି ପରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଛି।






More Stories
ଗଣତନ୍ତ୍ରକୁ ସୁଦୃଢ କରିଛି ନାରୀଙ୍କ ଭାଗିଦାରୀ…..
ପୋଲିସ ଗାଡି ପୋଡିଲେ କର୍ମଚାରୀ….
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..