ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାର ଦେଖି ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ପାଇଁ କର୍ତ୍ତୃପକ୍ଷ ସାନି ଗାଇଡଲାଇନ୍ ଜାରି କରିଛନ୍ତି। ଆଜି ଠାରୁ ନନ୍ଦନକାନନର କାଉଣ୍ଟରରେ ଆଉ ଟିକେଟ ମିଳିବନି। ଅର୍ଥାତ୍ ଶୁକ୍ରବାର ଠାରୁ ଅନଲାଇନରେ ଟିକେଟ୍ ଉପଲବ୍ଧ ହେବ। ଅନଲାଇନରେ ଟିକେଟ୍ କାଟିବା ପରେ ନନ୍ଦନକାନନ ଯିବାକୁ ଅନୁମତି ମିଳିବ। କରୋନା ଭାଇରସ୍ ପୁଣିଥରେ ରାଜ୍ୟରେ ବଢ଼ୁଥିବାର କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛି। ନନ୍ଦନକାନନର ଟିକେଟ୍ କାଉଣ୍ଟରରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳେ। ଭିଡ଼ ଦ୍ୱାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଛି। ତେଣୁ କାଉଣ୍ଟରରେ କିପରି ଭିଡ଼ ନହେବ, ତାକୁ ଦୃଷ୍ଟିରେ ରଖି ଅନଲାଇନ୍ ଟିକେଟ ବ୍ୟବସ୍ଥା କରାଯାଇଛି।






More Stories
ସହରାଞ୍ଚଳକୁ ମନ୍ତ୍ରୀଙ୍କ ହାଇ ଆଲର୍ଟ…..
ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……