ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ୬୫୧ଟି ଜିଲ୍ଲାରେ ଖୋଲିବ ନୂତନ ଜନଔଷଧି କେନ୍ଦ୍ର। ଏଥିପାଇଁ ଅନଲାଇନ୍ ଆବେଦନ ଆମନ୍ତ୍ରଣ କରାଯାଇଛି। ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଜେନେରିକ୍ ଔଷଧ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ସମଗ୍ର ଦେଶରେ ନଅ ହଜାରରୁ ଅଧିକ ଜନ ଆୟୁଷୀ କେନ୍ଦ୍ର ଏବେ କାର୍ଯ୍ୟକ୍ଷମ ଅଛି। ରାସାୟନିକ ଏବଂ ସାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଜନ ଔଷଧି କେନ୍ଦ୍ରର ସଂଖ୍ୟାକୁ ଦଶ ହଜାରକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନାରେ ୧୭୫୯ ପ୍ରକାର ଔଷଧ ଏବଂ ୨୮୦ ପ୍ରକାର ଶଲ୍ୟ ଚିକିତ୍ସା ଉପକରଣ ରହିଛି। ମନ୍ତ୍ରଣାଳୟ କହିଛି, ଏହି ଯୋଜନା ସ୍ଥାୟୀ ଏବଂ ନିୟମିତ ରୋଜଗାର ସହିତ ଆତ୍ମନିଯୁକ୍ତିର ଏକ ଉତ୍ତମ ସୁଯୋଗ ପ୍ରଦାନ କରିଥାଏ। ଏହି ଯୋଜନା ଅଧୀନରେ ଜନ ଔଷଧି କେନ୍ଦ୍ରକୁ ଆର୍ଥିକ ସହାୟତା ଭାବରେ ପାଞ୍ଚ ଲକ୍ଷ ଟଙ୍କା ପ୍ରୋତ୍ସାହନ ପ୍ରଦାନ କରାଯାଉଛି।






More Stories
ହର୍ମୁଜ୍ ଖୋଲିବା ଆମର ପ୍ରାଥମିକତା…..
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..
୨୬ରେ ମୌସୁମୀ ଛୁଇଁବ କେରଳ!…..