Report Card Odisha

| Daily Odia News

ଚାଉଳକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ବିଧାନସଭାରେ ବଳକା ଚାଉଳକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ । ବିରୋଧୀ ସଦସ୍ୟ ପ୍ରତାପ ଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ଖାଉଟି ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ୧୩ଲକ୍ଷ ମେଟ୍ରିକ୍‍ ଟନ୍‍ ଚାଉଳ ବଳକା ଅଛି । ଚାଉଳ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଯଦି କେନ୍ଦ୍ର ସରକାର ନଉଠାନ୍ତି ତେବେ ନିଲାମ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ୧୧ଟି ଜିଲ୍ଲାକୁ ୩ମାସର ଅଧିକ ଚାଉଳ ଦିଆଯାଇଛି । ରାଜ୍ୟରେ ୬୩ଲକ୍ଷ ମେଟ୍ରିକ୍‍ ଟନ୍‍ ଚାଉଳ ଉତ୍ପାଦନ ହୋଇଥିଲା । ସେଥିରୁ ୫୦ଲକ୍ଷ ମେଟ୍ରିକ୍‍ ଟନ୍‍ ଚାଉଳ ବ୍ୟବହାର ହୋଇଛି । ଗତ ୮ବର୍ଷରେ କେନ୍ଦ୍ର ଉପରେ ୮ହଜାର କୋଟି ଟଙ୍କା ବାକି ରହିଛି ।

Breaking News