Report Card Odisha

| Daily Odia News

୧୭-୧୮ରେ ବିରୋଧୀଙ୍କ ମହାମେଳି,ନିମନ୍ତ୍ରିତ ୨୪ ଦଳ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀ ଦଳ ନେତାଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ବିରୋଧୀ ଦଳମାନଙ୍କୁ ଏକାଠି କରିବାକୁ ପ୍ରୟାସ ଆରମ୍ଭ ହୋଇ ସାରିଛି। ବିରୋଧୀ ଦଳ ନେତାଙ୍କ ପ୍ରଥମ ବୈଠକ ବିହାରର ପାଟନାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୫ଟି ଦଳର ନେତା ଭାଗ ନେଇଥିଲେ। ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ବୈଠକ କଂଗ୍ରେସ ଆୟୋଜନ କରୁଛି। ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ଯୋଗ ଦେବେ। ବୈଠକରେ ଯୋଗ ଦେବାକୁ ୨୪ଟି ବିରୋଧୀ ଦଳଙ୍କୁ କଂଗ୍ରେସ ତରଫରୁ ଆମନ୍ତ୍ରଣ କରାଯାଇଛି। ଆସନ୍ତା ୧୭ରେ ଏକ ନୈଶଭୋଜିର ଆୟୋଜନ କରାଯାଇଛି। ଏଥିରେ ସୋନିଆଙ୍କ ସହ ଏକାଧିକ ବିରୋଧୀ ଦଳ ନେତା ଉପସ୍ଥିତ ରହିବାର ସମ୍ଭାବନା ଅଛି। ୧୮ରେ ବିରୋଧୀ ଦଳ ନେତାଙ୍କ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଜେପିକୁ ପରାସ୍ତ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଭାଗ ନେବାକୁ ନୂଆ ଦଳ ଭାବେ ଏମ୍‌ଡିଏମକେ, କେଡିଏମ୍‌କେ, ଭିସିକେ, ଆର୍‌ଏସପି, ଫରୱାର୍ଡ ବ୍ଲକ, ଆଇୟୁଏମ୍‌ଏଲ୍‌, କେରଳ କଂଗ୍ରେସ (ଯୋଶେଫ), କେରଳ କଂଗ୍ରେସ (ମଣି)ଙ୍କୁ ନିମନ୍ତ୍ରଣ କରାଯାଇଛି। ବୈଠକକୁ ନିମନ୍ତ୍ରିତ ହୋଇଥିବା ୨୪ଟି ବିରୋଧୀ ଦଳଙ୍କ ଲୋକସଭାରେ ମୋଟ୍‌ ସଦସ୍ୟ ସଂଖ୍ୟା ୧୫୦ ରହିଥିବା ବେଳେ ଆଗାମୀ ଲୋକସଭା ନିର୍ବାଚନରେ ଏହି ସଂଖ୍ୟା କିପରି ବୃଦ୍ଧି ପାଇବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ଦେଶବ୍ୟାପୀ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ବିରୋଧୀ ଦଳ ମେଣ୍ଟର ପ୍ରାର୍ଥୀଙ୍କୁ ଛିଡ଼ା କରାଯିବା ନେଇ ବୈଠକରେ ମାନସ ମନ୍ଥନ ହୋଇପାରେ। ସୂଚନାଥାଉ କି ପାଟନାରେ ଗତ ଜୁନ୍‌ ୨୩ରେ ବିରୋଧୀ ଦଳ ନେତାଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗ ଦେବାକୁ ୧୬ଟି ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା।

Breaking News