ରିପୋର୍ଟ କାର୍ଡ / କୋରାପୁଟ
ଜୟପୁରଠାରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପରୀକ୍ଷା ଜୋନ ହେବ | ଓପିଏସସିର ଲିଖିତ ପରୀକ୍ଷା ପାଇଁ ଜୟପୁରରେ ନୂଆ ପରୀକ୍ଷା ଜୋନ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ଆଜି ଜୟପୁରରେ ନୂଆ ପରୀକ୍ଷା ଜୋନ ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଓପିଏସସିର ୫ଟି ପରୀକ୍ଷା ଜୋନ ରହିଛି। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ଓପିଏସସି ପରୀକ୍ଷା ଜୋନ ରହିଛି। ଏଥିରେ ଏବେ ଜୟପୁର ସାମିଲ ହୋଇଛି। ଜୟପୁରରେ ଓପିଏସସିର ଏକ ପରୀକ୍ଷା ଜୋନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଶ୍ରୁତି ଦେଇଥିଲେ। ଏହାସହିତ ଦକ୍ଷିଣ ଓଡ଼ିଶା ପାଇଁ ଜୟପୁରଠାରେ ଓପିଏସସିର ପରୀକ୍ଷା ଜୋନ କରିବାକୁ ନିର୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଆଜି ଓପିଏସସି ପକ୍ଷରୁ ଜୟପୁରଠାରେ ନୂଆ ପରୀକ୍ଷା ଜୋନ କରାଯିବା ନେଇ ଘୋଷଣା ହୋଇଥିବା ଜଣାପଡ଼ିଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..