Report Card Odisha

| Daily Odia News

ବଦଳିଲା ଶିକ୍ଷକ ନିଯୁକ୍ତି ନିୟମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଦାୟିତ୍ୱ ବହନ କରିବ ଓଡ଼ିଶା ଲୋକସେବା ଆୟୋଗ | ଉଚ୍ଚଶିକ୍ଷା ବିଭାଗ ଭଳି ବୈଷୟିକ ଶିକ୍ଷା ବିଭାଗର ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଯୋଗ୍ୟ ଓ ଦକ୍ଷତାସମ୍ପନ୍ନ ଶିକ୍ଷକ ନିଯୁକ୍ତି ପାଇ ପାରିବେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନସ୍ଥ ସରକାରୀ ଇଞ୍ଜିନିୟରିଂ କଲେଜର ବିଭିନ୍ନ ଶିକ୍ଷକ ପଦର ନିଯୁକ୍ତିରେ ବ୍ୟାପକ ସଂସ୍କାର ଆଣିଛନ୍ତି ରାଜ୍ୟ ସରକାର । ଏହି ନୂଆ ନିୟମ ଲାଗୁ ହେବା ଫଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ଆଉ ପୂର୍ବ ଭଳି ଶିକ୍ଷକ ନିଯୁକ୍ତି କରିପାରିବେ ନାହିଁ । ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ପ୍ରଫେସର ପାଇଁ ଓପିଏସସି ଉଭୟ ପରୀକ୍ଷା ଓ ଇଣ୍ଟରଭ୍ୟୁ ପରିଚାଳନା କରିବ । ତେବେ ଜାତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଏ)ର ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ କଲେଜଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ଚାଲିବ ବୋଲି ଜଣାପଡ଼ିଛି । ଏହି ଚୟନ କମିଟିରେ ଉଭୟ ରାଜ୍ୟ ଭିତରୁ ଓ ବାହାରୁ ବିଶେଷଜ୍ଞ ସାମିଲ୍ ହେବେ । ପରୀକ୍ଷା ଓ ଇଣ୍ଟରଭ୍ୟୁକୁ ଆଧାର କରି ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ । ଆଗାମୀ ଦିନରେ ଚୁକ୍ତିଭିତ୍ତିକ ଅଧ୍ୟାପକ ପରିବର୍ତ୍ତେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

 

Breaking News