ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲାଞ୍ଚ ନେବା ମାମଲାରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ ର ଡେପୁଟି ଜେନେରାଲ ମ୍ୟାନେଜର ଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ୫ ବର୍ଷ ପୂର୍ବେ ଏକ ଲାଞ୍ଚ କାରବାରକୁ ନେଇ ଓପିଟିସିଏଲର ଡିଜିଏମଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ଉକ୍ତ ମାମଲାରେ ଏବେ କୋର୍ଟ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ରିପୋର୍ଟ ଅନୁସାରେ- ଓପିଟିସିଏଲର ଡିଜିଏମ ଯଶୋବନ୍ତ ଚୌଧୁରୀଙ୍କୁ କୋର୍ଟ ୫ ବର୍ଷ ସଜ୍ଜା ଶୁଣାଇଛନ୍ତି । ଗତ ୨୦୧୭ ମସିହାରେ ଡିଜିଏମ୍ ଚୌଧୁରୀ ୩ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଉକ୍ତ ମାମଲାର ଶୁଣାଣି କରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଦଣ୍ଡବିଧାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ସରକାରୀ ଅଧିକାରୀଙ୍କ ଭିଜିଲାନ୍ସରେ ଫସିବା ମାମଲା ବଢ଼ିବାରେ ଲାଗିଛି । ଦୁଇଦିନ ପୂର୍ବେ ଜଣେ ଭିଜିଲାନ୍ସ ଇନ୍ସପେକ୍ଟର ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଥିଲେ । ସେହିପରି ମାହାଙ୍ଗା ଆଇଆଇସି ମଧ୍ୟ ଭିଜିଲାନ୍ସ ଜାଲରେ ଫସିଥିଲେ । ଗତ ୧୦ ତାରିଖରେ ୧ ଲକ୍ଷରୁ ଅଧିକ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ ଫରେଷ୍ଟର ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ । ସେହିପରି ଗତ ୫ ତାରିଖରେ କଳାରାହାଙ୍ଗ ଏଲଆଇଙ୍କ ଠାରୁ ୭.୨୧ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା ।






More Stories
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
କେନ୍ଦ୍ରାପଡାରେ ଫୁଟିଲା ଗୁଳି……