Report Card Odisha

| Daily Odia News

କମଳା ଚୋପାରେ ବନାନ୍ତୁ ଓଟସ୍‍ ସ୍କ୍ରବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଉଜ୍ୱଳ ତ୍ୱଚା ପାଇଁ ମାର୍କେଟରେ ମିଳୁଥିବା ଆଡୁ ସାଡୁ କ୍ରିମ ବ୍ୟବହାର କରିବ ଭଲ ନୁହଁ | ଯାହାକୁ ତ୍ୱଚାକୁ ଅଧିକ ପ୍ରାୟ ଖରାପ କରି ଦେଇଥାଏ କାରଣ ସେଥିରେ ଥିବା କ୍ୟାମିକାଲ ପାଇଁ | ଆମେ  ଘରୋଇ ଉପାଉ ଅପଣେଇ ତ୍ୱଚାକୁ ସୁସ୍ଥ ଆଉ ଉଜ୍ୱଳ କରିପାରିବା | ଆସନ୍ତୁ ଜାଣିବା କେମିତି କରିବା ଘରୋଇ ଉପାୟରେ ଉପଚାର-
ଓଟସ୍‍ ସ୍କ୍ରବ –
ଓଟସ୍‍କୁ ଗୁଣ୍ଡ କରି ଏଥିରେ କଞ୍ଚା କ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଧିରେ ଧିରେ ୫ ମିନିଟ ପର୍ୟ୍ୟନ୍ତ ଘଷନ୍ତୁ। ୧୦ ମିନିଟ ଯାଏଁ ଏହାକୁ ମୁହଁରେ ରଖି ପାଣିରେ ଧୋଇ ଦିଅନ୍ତୁ।
କମଳା ଚୋପାର ସ୍କ୍ରବ –
କମଳାର ଚୋପାକୁ ଭଲ ଭାବେ ଶୁଖାଇ ଏହାକୁ ପେଷି ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହି ଗୁଣ୍ଡରେ କିଛି ମୁଲତାନୀ ମାଟି, ସାମାନ୍ୟ ଗୋଲାପ ଜଳ ମିଶାଇ ମୁହଁରେ ଲଗାଇ କିଛି ସମୟ ମସାଜ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାରୁ ଦୂଷିତ ପଦାର୍ଥ ବାହାରିବା ସହ ଚମକ ବୃଦ୍ଧି ପାଇଥାଏ।


ଟମାଟୋ ରସ ଓ ବେସନ –
ଟମାଟୋ ରସ ଓ ବେସନ ଯାହା ମୁହଁକୁ ଉଜ୍ୱଳ ଓ ସୁନ୍ଦର କରେ। ଟମାଟୋ ରସ ସହ ବେସନ ମିଶାଇ ଲଗାଇବା ଦ୍ୱାରା ଆଖିତଳେ ଥିବା କଳା ଦାଗ ଦୂର ହୋଇଥାଏ। ୨୦ ରୁ ୨୫ ମିନିଟ ଏହାକୁ ଲଗାଇ ପାଣିରେ ଧୋଇଦେବେ।


ବେସନ , କ୍ଷୀର ଓ ଦହି –
ବେସନରେ କ୍ଷୀର, ଦହି , ଅଳ୍ପ ହଳଦୀ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ରୁ ୨୫ ମିନିଟ ମୁହଁରେ ଲଗାଇବା ପରେ ଧୋଇ ଦିଅନ୍ତୁ। ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗ ଗୋରା କରିଥାଏ।

Breaking News