ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ ଅନ୍ତର୍ଜାତୀୟ ଲିଙ୍କ ଥିବା ସନ୍ଦେହ କରଯାଉଛି। ଏନେଇ ବିଭିନ୍ନ ରାଜ୍ୟରେ ତଦନ୍ତ ଚାଲିଛି। ମୂଳକୁ ପହଞ୍ଚିବା ପାଇଁ ସମୟ ଲାଗିପାରେ ହେଲେ ଦୋଷୀ ଧରାପଡ଼ିବେ। ଏପରି କି ସବୁ ଓରାଙ୍ଗଉଟାନ ସୁସ୍ଥ ଥିବାବେଳେ ସମସ୍ତଙ୍କ ଯତ୍ନ ନିଆଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ୫ ଶାବକ ଓରାଙ୍ଗଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (ଆନେମିଆ) ରୋଗରେ ପୀଡ଼ିତ ଥିବା ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଉଦ୍ଧାର ହୋଇଥିବା ଗୋଟିଏ ଶାବକ ଓରାଙ୍ଗଉଟାନ ଜ୍ୱରରେ ଆକ୍ରାନ୍ତ ହେବା ପରେ ସମସ୍ତ ୫ଟି ଯାକ ପ୍ରାଣୀଙ୍କର ଏକ୍ସ-ରେ ଏବଂ ରକ୍ତ ପରୀକ୍ଷା ସହ ବ୍ୟାପକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..