Report Card Odisha

| Daily Odia News

IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ORHDC ଦୁର୍ନୀତି ମାମଲାରେ ଆଜି ରାୟ ଶୁଣାଇଛନ୍ତି କୋର୍ଟ । ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ପୂର୍ବତନ IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଦୋଷୀ ପ୍ରମାଣିତ କରିଛନ୍ତି  ଭିଜିଲାନ୍ସ କୋର୍ଟ। ଏହି ମାମଲାରେ ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ମାନଙ୍କୁ ୩ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଫାଇନ ଜାରିକରିଛନ୍ତି  । ଅଭିଯୁକ୍ତ ମାନେ ହେଲେ ସତ୍ୟ ପ୍ରକାଶ ବେହେରା, ସ୍ୱସ୍ତିକ ରଞ୍ଜନ ମହାପାତ୍ର, ଜ୍ଞାନେନ୍ଦ୍ର ସ୍ୱାଇଁ, ଭୂମିକା ବିଲଡର ମ୍ୟାନେଜିଙ୍ଗ ପାର୍ଟନର ଦେବଦତ୍ତ ରାୟ ଓ ବିଭୁତି ଭୂଷଣ ସ୍ୱାଇଁ । ଉଲ୍ଲେଖ ଯୋଗ୍ୟ -ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମେଟ୍ରୋ ବିଲ୍ଡର୍ସ ଏମଡି ତଥା କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ, ମେଟ୍ରୋଲ ବିଲ୍ଡର୍ସ ନିର୍ଦ୍ଦେଶକ ପୀୟୂଷ ମହାନ୍ତି, ପୂର୍ବତନ ଆଇଏଏସ ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାନ୍ତି ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହି ସମସ୍ତ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଲାଗୁ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ମାମଲାରେ ମୋକିମ, ବିନୋଦ ଓ ପୀୟୂଷଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଥିଲା । ବିନୋଦଙ୍କ ଅପିଲକୁ ଗ୍ରହଣ କରି ତାଙ୍କୁ ଗତ ଅକ୍ଟୋବର ମାସରେ ଜାମିନ ପ୍ରଦାନ କରାଯାଇଥିଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ବିନୋଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ କୋର୍ଟ ବିନୋଦଙ୍କ ଉପରେ ୩ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି ।

Breaking News