Report Card Odisha

| Daily Odia News

ଜେଲ୍ରୁ ମୁକୁଳିଲେ ୨୯ ଓକିଲ …..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ମାମଲାରେ ଗିରଫ ହୋଇଥିବା ଆଇନଜୀବୀ ଜାମିନରେ ଖଲାସ ହୋଇଛନ୍ତି । ଆନ୍ଦୋଳନ ଓ କୋର୍ଟରେ ଭଙ୍ଗାରୁଜା ମାମଲାରେ ଗିରଫ ହୋଇଥିଲେ ।  ଶୁକ୍ରବାର ହାଇକୋର୍ଟ ସେମାନଙ୍କ ଜାମିନକୁ ମଞ୍ଜୁର ଦେଇଥିଲେ । ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ଆନ୍ଦୋଳନରତ ଆଇନଜୀବୀମାନେ କୋର୍ଟ ପରିସରରେ ଭଙ୍ଗାରୁଜା କରିଥିଲେ । ଏହି ମାମଲାରେ ପୋଲିସ ୨୦ରୁ ଅଧିକ ଆଇନଜୀବୀଙ୍କୁ ଗିରଫ କରିଥିଲା । ଏହା ବ୍ୟତୀତ ୨୦୨୨ ମସିହା ସଡ଼କ ଦୁର୍ଘଟଣା ପରେ ହୋଇଥିବା ଆନ୍ଦୋଳନ ରୁଜୁ ମାମଲାରେ ୮ଜଣ ଆଇନଜୀବୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଦୁଇଟି ମାମଲାରେ ପୋଲିସ ମୋଟ ୨୯ ଜଣ ଆଇନଜୀବୀଙ୍କୁ ଗିରଫ କରାଯାଇଥିଲା । ଜେଲରୁ ମୁକୁଳିବା ପାଇଁ ଏମାନେ କୋର୍ଟରେ ସର୍ତ୍ତମୂଳକ ଜାମିନ ଆବେଦନ କରିଥିଲେ । ତଳ କୋର୍ଟରେ ଏମାନଙ୍କ ଜାମିନ ଅବେଦନ ଖାରଜ ହେବା ପରେ ହାଇକୋର୍ଟରେ ସର୍ତ୍ତମୂଳକ ଜାମିନ ଆବେଦନ କରିଥିଲେ । ଶୁକ୍ରବାର ହାଇକୋର୍ଟ ସେମାନଙ୍କ ଜାମିନକୁ ମଞ୍ଜୁର ଦେଇଥିଲେ । ଶନିବାର ଜେଲ୍ରୁ ମୁକୁଳିଛନ୍ତି ୨୯ ଆଇନଜୀବୀ |

Breaking News