ରିପୋର୍ଟ କାର୍ଡ / କଟକ
ASO ପରୀକ୍ଷା ଅନିୟମିତତା ଅଭିଯୋଗ ମାମଲାରେ ଆଜି ରାୟ ଶୁଣାଇ ମେରିଟ ଲିଷ୍ଟ କାୟମ ରଖିଛନ୍ତି ହାଇକୋର୍ଟ । କହିଛନ୍ତି କି Opsc ଚୟନ ପ୍ରକ୍ରିୟାରେ ତ୍ରୁଟି ହୋଇନାହିଁ । ଜଣିକିଆ ଖଣ୍ଡପୀଠଙ୍କ ରାୟ ଡିଭିଜନ ବେଂଚରେ ଖାରଜ ହୋଇଛି । ହାଇକୋର୍ଟଙ୍କର ପୂର୍ବ ରାୟକୁ ଚ୍ୟାଲେଞ୍ଜ କରି ଡିଭିଜନ ବେଞ୍ଚରେ ଦାୟର ହୋଇଥିଲା ରିଟ ଅପିଲ। ଯାହା ଉପରେ ଗତ ୮ତାରିଖ ଏବଂ ୯ ତାରିଖରେ ଦୁଇ ଦିନ ଧରି ହାଇକୋର୍ଟରେ ଶୁଣାଣି ଚାଲିଥିଲା । ୯ ତାରିଖରେ ରାୟ ସଂରକ୍ଷିତ ରହିଥିଲା । ପୂର୍ବ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ । ଏହାସହ ୨ ମାସ ଭିତରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଗତ ମେ ମାସରେ ନିର୍ଦେଶ ଦେଇଥିଲେ ହାଇକୋର୍ଟ । ତେବେ ମେଧା ତାଲିକାରୁ ବାଦ ପଡ଼ିଥିବା ପ୍ରାର୍ଥୀମାନେ ହାଇକୋର୍ଟଙ୍କ ଉକ୍ତ ରାୟର ପୁନର୍ବିଚାର କରିବାକୁ ଏକ ରିଟ୍ ପିଟିସନ ସହିତ ରିଭ୍ୟୁ ପିଟିସନ ଦାୟର କରିଥିଲେ । ଉଭୟ ପିଟିସନର ଏକତ୍ର ଶୁଣାଣି କରିଥିଲେ ହାଇକୋର୍ଟ, ନିକଟରେ ୨ଟି ଯାକ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । ପରେ ଆବେଦନକାରୀ ମାନେ ଡିଭିଜନ ବେଞ୍ଚରେ ରିଟ ଆବେଦନ କରିଥିଲେ । ୭୯୬ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ଏ ଏସ ଓ ନିଯୁକ୍ତି ପାଇଁ ଓପିଏସସି ପକ୍ଷରୁ ପରୀକ୍ଷା କରାଯାଇଥିଲା । କିନ୍ତୁ ଓପିଏସସି ପ୍ରକାଶ କରିଥିବା ମେଧା ତାଲିକାକୁ ଗତ ମେ ମାସରେ ହାଇକୋର୍ଟ ରଦ୍ଦ କରିଥିଲେ ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..