Report Card Odisha

| Daily Odia News

OSRTC ବସ୍‌କୁ ଧକ୍କା ଦେଲା ଘରୋଇ ବସ୍‌……

ରିପୋର୍ଟ କାର୍ଡ / ଭୁବନେଶ୍ୱର

OSRTC ବସ୍‌କୁ ପଛରୁ ଧକ୍କା ଦେଇଛି ଘରୋଇ ବସ୍‌। ଦୁର୍ଘଟଣାରେ ଦୁଇଟି ବସର ଡ୍ରାଇଭର ସମେତ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ OSRTC ବସ୍‌ଟି ଯାତ୍ରୀଙ୍କୁ ଉଠାଇବା ପାଇଁ ରାସ୍ତାକଡ଼କୁ ଗାଡ଼ି ସାଇଡ୍ କରୁଥିଲେ। ଏହି ସମୟରେ ଘରୋଇ ବସ୍‌ଟି ଦ୍ରୁତ ଗତିରେ ଆସି OSRTC ବସ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଦୁଇଟି ବସର ଡ୍ରାଇଭର ସମେତ ଏକାଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘରୋଇ ବସ୍‌ଟି ବ୍ରେକଫେଲ ହୋଇଯିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣାରେ ଘରୋଇ ବସର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଥିବା ବେଳେ OSRTC ବସ୍‌ ପଛ ଅଂଶଟି ଭାଙ୍ଗି ନଷ୍ଟ ହୋଇଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି |

Breaking News