ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ପରିଚାଳିତ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ପରୀକ୍ଷାର୍ଥୀ ଭୁବନେଶ୍ୱର ସ୍ଥିତ OSSCଙ୍କ କାର୍ଯ୍ୟାଳୟ ଘେରିଥିଲେ। ପ୍ରଶ୍ନପତ୍ର ବିକ୍ରିରେ ସାମିଲ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ଓ ନିଜର ଦାବିକୁ OSSC ଚେୟାରମ୍ୟାନଙ୍କ ପାଖରେ ରଖିବାକୁ ତାଙ୍କୁ ଭେଟିବାକୁ ଚାହିଁଥିଲେ। ପୋଲିସ ସେମାନଙ୍କୁ OSSC କାର୍ଯ୍ୟାଳୟ ଭିତରକୁ ଯିବାକୁ ଦେଇ ନଥିଲା। ଚେୟାରମ୍ୟାନ ମଧ୍ୟ ସେମାନଙ୍କୁ ଭେଟିବାକୁ ଆସିନଥିଲେ। ଶେଷରେ ଗେଟ୍ ସମ୍ମୁଖରେ ମୁଣ୍ଡିଆ ମାରିଥିଲେ ଓ ସଷ୍ଟାଙ୍ଗ ପ୍ରଣିପାତ କରିଥିଲେ ପରୀକ୍ଷାର୍ଥୀ। ଶେଷରେ ସେମାନେ ଖାଲି ପାଦରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଭିମୁଖେ ଯାଇଥିଲେ। ସେଠାରେ ବି ସେମାନଙ୍କ ଅଟକାଇଥିଲା ପୋଲିସ । ୫ ଜଣ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯିବାକୁ ଅନୁମତି ମିଳିଥିଲା।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..