ରିପୋର୍ଟ କାର୍ଡ / ନବରଙ୍ଗପୁର
ପରିବାର ଲୋକ ରାଜି ହେଲେନି ଝୁଲି ପଡ଼ିଲେ ପ୍ରେମୀ ଯୁଗଳ। ଏପରି ହୃଦୟବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲା କୁଣ୍ଡେଇ ଥାନା ଅଞ୍ଚଳରେ ଘଟିଛି। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ରାଇଘର ବ୍ଲକ ଭୁରଖାମହୁଲି ଗାଁର ରେମଲାଲ ଗଣ୍ଡଙ୍କୁ ହୋଇଥିଲା ୨୩ ବର୍ଷ। ଆଉ ସିଏ ପ୍ରେମ କରୁଥିଲେ ୧୬ ବର୍ଷୀୟା ରେଶ୍ମା(ଛଦ୍ମନାମ)ଙ୍କୁ। ରେଶ୍ମା ମଧ୍ୟ ରେମଲାଲକୁ ଭଲପାଉଥିଲେ। ବାହା ହୋଇ ଘର ସଂସାର ଗଢ଼ିବା ପାଇଁ ସପନ ଦେଖୁଥିଲେ। ଭଲ ପାଇବାକୁ ମିଳିଲା ନାହିଁ ସ୍ୱୀକୃତି। ଉଭୟ ପରିବାର ସେମାନଙ୍କ ଭଲ ପାଇବାକୁ ଗ୍ରହଣ କଲେନାହିଁ। ଉଭୟ ରବିବାର ଘରୁ ପଳାଇ ଯାଇଥିଲେ। ଦିନ ଯାଇ ରାତି ହେଲା। ରେଶ୍ମା ବା ରେମ୍ଲାଲ ଘରକୁ ଫେରିଲେ ନାହିଁ। ଉଭୟ ପରିବାର ଚିନ୍ତାରେ ପଡ଼ିଗଲେ। ବହୁ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କ ପତ୍ତା ମିଳିନଥିଲା। ଆଜି ସକାଳେ ଗାଁ କିଛି ଲୋକ ଘାସ କାଟିବା ପାଇଁ ବିଲକୁ ଯାଇଥିଲେ। ସେହି ସମୟରେ ଅଶ୍ୱସ୍ତ ଗଛରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ବ୍ୟକ୍ତି ଜଣକ ଏନେଇ ଉଭୟଙ୍କ ପରିବାରକୁ ଖବର ଦେବା ସହିତ କୁଣ୍ଡେଇ ଥାନା ପୋଲିସ କୁ ସୂଚନା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
More Stories
ଅବପାତରେ ପରିଣତ ଲଘୁଚାପ; ଲାଗି ରହିଛି ବର୍ଷା…..
ପ୍ରବଳ ବର୍ଷୀବ, ୟେଲୋ ୱାର୍ଣ୍ଣିଂ ଜାରି…..
ଲଘୁଚାପ ସକ୍ରିୟ;୨ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା……