Report Card Odisha

| Daily Odia News

ୟୁସିସି କୁ ଆମର ସମର୍ଥନ,ବିଜେପି ନୀତିକୁ ନୁହେଁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସମାନ ନାଗରିକ ସଂହିତା ପ୍ରସଙ୍ଗରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ତାଙ୍କ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ତାଙ୍କ ଦଳ ଦେଶରେ ୟୁସିସିର କାର୍ଯ୍ୟକାରିତାକୁ ବିରୋଧ କରେ ନାହିଁ। କିନ୍ତୁ ଯେଉଁଭଳି ଭାବେ ବିଜେପି ଏହାକୁ ଲାଗୁ କରିବାକୁ ଉଦ୍ୟମ କରୁଛି ସେ ତାହାକୁ ସମର୍ଥନ କରନ୍ତି ନାହିଁ ବୋଲି କହିଛନ୍ତି। ମାୟାବତୀଙ୍କ କହିବାନୁଯାୟୀ, ଉକ୍ତ ପ୍ରସଙ୍ଗର ରାଜନୀତିକରଣ ହେବା ଏବଂ ଲୋକଙ୍କ ଉପରେ ୟୁସିସିକୁ ଜବରଦସ୍ତ ଲଦିଦେବା ଠିକ୍‌ ନୁହେଁ। ମାୟାବତୀ କହିଛନ୍ତି, ଭାରତରେ ହିନ୍ଦୁ, ମୁସଲିମ, ଶିଖ, ଖ୍ରୀଷ୍ଟିଆନ, ପାର୍ସୀ ଏବଂ ବୌଦ୍ଧ ସମେତ ବିଭିନ୍ନ ଧର୍ମାବଲମ୍ବୀ ଲୋକ ବାସ କରୁଛନ୍ତି। ସେମାନଙ୍କର ରୀତିନୀତି ଭିନ୍ନ ଭିନ୍ନ। ତେଣୁ ତାହାକୁ ଅଣଦେଖା କରାଯାଇ ପାରିବ ନାହିଁ। ତେବେ ଦେଶରେ ବାସ କରୁଥିବା ସବୁ ଧର୍ମର ଲୋକଙ୍କ ପାଇଁ ସମାନ ନାଗରିକ ସଂହିତା ଲାଗୁ କରାଗଲେ ଏହାଦ୍ବାରା ଦେଶ ଦୁର୍ବଳ ନୁହେଁ ବରଂ ମଜଭୁତ ହେବ। ଏଥିସହିତ ଲୋକଙ୍କ ଭିତରେ ପାରସ୍ପରିକ ସଦଭାବ ବଢ଼ିବ।

Breaking News