ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ବିଭିନ୍ନ ସ୍ଥାନରେ ଏକାସାଙ୍ଗରେ ଏନ୍ଆଇଏ ଚଢାଉ ଜାରିରହିଛି | ଏହି ରେଡ୍ରେ ଇଡି ମଧ୍ୟ ସାମିଲ ରହିଛି | ଏହି ସମୟରେ ୧୦୦ ଜଣ ପିଏଫଆଇ ସଦସ୍ୟ ଙ୍କୁ ଗିରଫ କଲାଣି ପରର୍ତ୍ତନ ନିର୍ଦେଶଳାୟ | ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ସହ ଏକାଧିକ ସ୍ଥାନରେ ତନାଘନା କରିଛି ଏନଆଇଏ। ପ୍ରାୟ ୧୦୦ ଜଣ ପିଏଫଆଇ ସଦସ୍ୟ ଏବଂ ଏହି ସଙ୍ଗଠନ ସହ ଜଡ଼ିତ କିଛି ଲୋକଙ୍କୁ ଇଡି ଗିରଫ କରିଛି। କେନ୍ଦ୍ର ଗୃହମନ୍ତ୍ରଣାଳାୟ ପକ୍ଷରୁ ଏହି ଅପରେଶନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଲକ୍ଷ୍ନୌରୁ ମଧ୍ୟ ୨ ଜଣ ପିଏଫଆଇ ସଦସ୍ୟଙ୍କୁ ଗିରଫ କରାଯାଇଛି। ତଦନ୍ତ ଇତିହାସରେ ଏହା ସବୁ ଠାରୁ ବଡ଼ଧରଣର ଅପରେଶନ ବୋଲି କୁହାଯାଉଛି। ଆତଙ୍କବାଦୀ ଫଣ୍ଡିଂ ସହ ଜଡ଼ିତ ଏବଂ ଅପରାଧିକ ତାଲିମ ଚଳାଇବା ଅଭିଯୋଗରେ ତଦନ୍ତାକାରୀ ସଂସ୍ଥା ପକ୍ଷରୁ ମେଗା ରେଡ୍ କରାଯାଉଛି। ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଇବା, ତାଲିମ ଶିବିର ଆୟୋଜନ ଏବଂ ଲୋକଙ୍କୁ ସଂଗଠନରେ ସାମିଲ କରିବା ଅଭିଯୋଗରେ ଘର ଏବଂ ଅଫିସରେ ଏହି ଅନୁସନ୍ଧାନ କରାଯାଉଛି। ଏହି ଟିମ୍ରେ ୨୦୦ରୁ ଅଧିକ ଏନଆଇଏ ଅଧିକାରୀ ସାମିଲ ଅଛନ୍ତି। । ମାଙ୍ଗାଲୁରୁରେ ଏନଆଇଏ ଅଧିକାରୀଙ୍କୁ ଆରକ୍ରମଣ ଅଭିଯୋଗ ହୋଇଛି। କର୍ଣ୍ଣାଟକ ପୁଲିସ ପିଏଫଆଇ ଏବଂ ଏସଡିପିଆଇ ସଦସ୍ୟଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ ଅଗଷ୍ଟ ୨୬ ତାରିଖରେ ଏନଆଇଏର ହାଇଦ୍ରାବାଦ ଶାଖାରେ ପିଏଫଆଇ ସହ ଜଡିତ ଏକ ମାମଲା ପଞ୍ଜୀକୃତ ହୋଇଥିଲା । ମାମଲା ପଞ୍ଜୀକୃତ ହେବା ପରେ ଏନଆଇଏ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟରେ ପ୍ରାୟ ୨୬ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି । ସେହି ଅଭିଯୋଗକୁ ଭିତ୍ତିକରି ଏନଆଇଏ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନଆଇଏ ପକ୍ଷରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ଚଢ଼ାଉ କରାଯାଉଛି ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..