ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ୧ ବର୍ଷରୁ ଅଧିକ ଦିନ ଧରି ଚାଲିଛି। ଏହି ଯୁଦ୍ଧରେ ଏବେ ଲେବାନନ ଓ ଇରାନ ମଧ୍ୟ ସାମିଲ ହୋଇଛନ୍ତି। ଇସ୍ରାଏଲର ସୁରକ୍ଷା ବାହିନୀ ଗାଜା ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏବେ ପୁଣି ଉତ୍ତର ଗାଜାର ବେତ୍ ଲହିୟେରେ ଆଇଡିଏଫ ଆକ୍ରମଣରେ ୭୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା କୁହାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଗାଜାର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଉତ୍ତର ଗାଜାରେ ୧୬ ଦିନ ଧରି ଇସ୍ରାଏଲ୍ ସେନାର ଘେରାଉ ଯୋଗୁଁଁ ସ୍ଥିତି ଗମ୍ଭୀର ରହିଛି। ଏହି ଅଞ୍ଚଳରେ ଖାଦ୍ୟ, ଜଳ, ଔଷଧ ସମେତ ଅନ୍ୟାନ୍ୟ ଜରୁରୀ ସେବା ଯୋଗାଣ ବନ୍ଦ ରହିଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..