ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫୁଟ ଓଭରବ୍ରିଜ ତଳେ ଫସିରହିଛି ଏୟାର ଇଣ୍ଡିଆର ବିମାନ। ଏହି ଏଭଳି ଘଟଣା ଘଟିଛି ଦିଲ୍ଲୀ ବିମାନବନ୍ଦର ବାହାରେ | ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ | ଦିଲ୍ଲୀ-ଗୁରୁଗ୍ରାମ ହାଇୱେରେ ଏକ ଫୁଟ ଓଭରବ୍ରିଜ ତଳେ ଏୟାର ଇଣ୍ଡିଆର ଏକ ବିମାନ ଫସିଯାଇଛି । ବିମାନ କେମିତି ଫସିଗଲା ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏୟାରଲାଇନ ସ୍ପଷ୍ଟ କରିଛି ଯେ, କୌଣସି ବିମାନ ଦୁର୍ଘଟଣା ହୋଇନାହିଁ । ବରଂ ଏକ ପୁରୁଣା ଓ ଖରାପ ହୋଇସାରିଥିବା ବିମାନକୁ ବିକ୍ରି କରାଯାଇଥିଲା। ଟ୍ରକ ଯୋଗେ ବିମାନର ମାଲିକ ଏକାୁ ନେଇ ଯିବାବେଳେ ବ୍ରିଜ ତଳେ ଫସିଯାଇଥିଲା। ଜାତୀୟ ଗଣମାଧ୍ୟମରେ ଫଟୋ ଭାଇରାଲ ହେବା ପରେ ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ, ଏହା ଏକ ପୁରୁଣା, ଖରାପ ହୋଇସାରିଥିବା ବିମାନ । ଏହାକୁ ବହୁ ଦିନ ପୂର୍ବରୁ ବିକ୍ରି କରାଯାଇଥିଲା । ଏଥିରେ ଆଉ ଅଧିକ ସୂଚନା ନାହିଁ । କାରଣ ଏହାକୁ ଯିଏ କିଣିଥିଲେ, ସେ ନେଇକି ଯାଉଥିଲେ ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……