ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫୁଟ ଓଭରବ୍ରିଜ ତଳେ ଫସିରହିଛି ଏୟାର ଇଣ୍ଡିଆର ବିମାନ। ଏହି ଏଭଳି ଘଟଣା ଘଟିଛି ଦିଲ୍ଲୀ ବିମାନବନ୍ଦର ବାହାରେ | ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ | ଦିଲ୍ଲୀ-ଗୁରୁଗ୍ରାମ ହାଇୱେରେ ଏକ ଫୁଟ ଓଭରବ୍ରିଜ ତଳେ ଏୟାର ଇଣ୍ଡିଆର ଏକ ବିମାନ ଫସିଯାଇଛି । ବିମାନ କେମିତି ଫସିଗଲା ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏୟାରଲାଇନ ସ୍ପଷ୍ଟ କରିଛି ଯେ, କୌଣସି ବିମାନ ଦୁର୍ଘଟଣା ହୋଇନାହିଁ । ବରଂ ଏକ ପୁରୁଣା ଓ ଖରାପ ହୋଇସାରିଥିବା ବିମାନକୁ ବିକ୍ରି କରାଯାଇଥିଲା। ଟ୍ରକ ଯୋଗେ ବିମାନର ମାଲିକ ଏକାୁ ନେଇ ଯିବାବେଳେ ବ୍ରିଜ ତଳେ ଫସିଯାଇଥିଲା। ଜାତୀୟ ଗଣମାଧ୍ୟମରେ ଫଟୋ ଭାଇରାଲ ହେବା ପରେ ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ, ଏହା ଏକ ପୁରୁଣା, ଖରାପ ହୋଇସାରିଥିବା ବିମାନ । ଏହାକୁ ବହୁ ଦିନ ପୂର୍ବରୁ ବିକ୍ରି କରାଯାଇଥିଲା । ଏଥିରେ ଆଉ ଅଧିକ ସୂଚନା ନାହିଁ । କାରଣ ଏହାକୁ ଯିଏ କିଣିଥିଲେ, ସେ ନେଇକି ଯାଉଥିଲେ ।






More Stories
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..
କଂଗ୍ରେସ ଉପରେ ବର୍ଷିଲେ ଶାହା…..