ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରବିବାର ଆର୍ୟନ ଖାନ ଗିରଫ ହେବା ପରେ ଶାହାରୁଖଙ୍କୁ ଭେଟିବା ପାଇଁ ତାଙ୍କ ବଙ୍ଗଳାରେ ସଲମାନ୍ ଖାନ୍ ପହଞ୍ଚିଥିବା ସୂଚନା ମିଳୁଛି । ଏନେଇ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ଧଳା ରଙ୍ଗର ଏସୟୁଭି ଶାହାରୁଖଙ୍କ ମନ୍ନତ ଗେଟ୍ ଦେଇ ଭିତରେ ପ୍ରବେଶ କରୁଛି । ସେଥିରେ ସଲମାନ ଖାନ୍ ଥିବା କୁହାଯାଉଛି । ସୂଚନା ଅନୁସାରେ-ଜାହାଜରେ ରେଭ୍ ପାର୍ଟିରେ ସାମିଲ ଅଭିଯୋଗରେ ଗିରଫ ହୋଇଛନ୍ତି ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ୧୨ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା ପରେ ଗିରଫ କରିଥିଲା ଏନସିବି । କୋର୍ଟରେ ହାଜର ପରେ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଏନସିବି । କୋର୍ଟ ଦିନେ ରିମାଣ୍ଡ ଅନୁମତି ଦେଇଛନ୍ତି ।ତାଙ୍କୁ ଦିନିକିଆ ହେପାଜତରେ ନେଇଛି ଏନସିବି । ଆଜି ଯାଏ ତାଙ୍କୁ ରିମାଣ୍ଡରେ ନେଇଛି ଏନସିବି । ଏହାପରେ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ ବୋଲି ଜଣ ପଡିଛି ।
Discussion about this post