ରିପୋର୍ଟ କାର୍ଡ / କୋରାପୁଟ
ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର | ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଗତ ୨୧ ତାରିଖରେ ଦେହ ଅସୁସ୍ଥତା ଯୋଗୁଁ ଜୟପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଉନ୍ନତ ଜରୁରୀ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନସ ଯୋଗେ ଜୟପୁରରୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ- କିଛି ଦିନ ତଳେ କମଳା ପୂଜାରୀଙ୍କୁ ଝାଡ଼ା ଓ ଜ୍ୱର ହେଉଥିଲା। ଚିକିତ୍ସା ପରେ ତାଙ୍କର ଝାଡ଼ା ଓ ଜ୍ୱର କମିଯାଇଛି। ତାଙ୍କର ରକ୍ତ ଓ ପରିଶ୍ରା ପରୀକ୍ଷା କରିବା ପରେ ୟୁରିଆ ଓ କ୍ରେଟିନ୍ ଅଧିକ ଆସିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ସେ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିଲେ |






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..