ରିପୋର୍ଟ କାର୍ଡ / ବରଗଡ଼
ପଦ୍ମପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ନାମାଙ୍କନ ଯାଞ୍ଚ | ଏହାପରେ ଜଣାଯିବ ଯେ କେଉଁମାନଙ୍କର ପ୍ରାର୍ଥିପତ୍ର ବୈଧ। ତେବେ ନାମାଙ୍କନ ପତ୍ରର ପ୍ରତ୍ୟାହାର ପରେ ମଇଦାନରେ କେତେଜଣ ପ୍ରାର୍ଥୀ ରହିଲେ, ତାହା ସ୍ପଷ୍ଟ ହୋଇଯିବ। ପ୍ରଥମଥର ପାଇଁ ଗୋଟିଏ ଦିନରେ ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳ ସହିତ ଜଣେ ସ୍ଵାଧୀନ ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ନାମାଙ୍କନ ଦାଖଲ କରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ଜୟନ୍ତ ଥାପ୍ପା ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଉ ଏବେ ନଜର ନିର୍ବାଚନ ପ୍ରଚାର ଉପରେ । ସେହିପରି, ଓଜିପି ତରଫରୁ ମୁକ୍ତେଶ୍ୱର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭା ତରଫରୁ ବିଦ୍ୟାଧର ପାଣ୍ଡବଙ୍କ ସହିତ ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ, ଗଙ୍ଗାଧର ସାହା, ଦେବବ୍ରତ ସୁନାନୀ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ବ୍ୟତିରେକ ଓଡ଼ିଶା ଜନତା ପାର୍ଟି ଏବଂ ୯ ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ୍ ୧୩ ଜଣ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଶ୍ରୀପାତ୍ରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……