Report Card Odisha

| Daily Odia News

ପଦ୍ମପୁର ଉପନିର୍ବାଚନର ଭୋଟ ଗ୍ରହଣ ଜାରି…..

ରିପୋର୍ଟ କାର୍ଡ / ବରଗଡ଼

ପଦ୍ମପୁର ଉପନିର୍ବାଚନ ଭୋଟ ଗ୍ରହଣ ଜାରିରହିଛି । ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ୩୧୯ଟି ବୁଥରେ ସକାଳ ୭ରୁ ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ | ସକାଳ ୯ ଟା ଶୁଦ୍ଧ ୮.୫ ମତଦାନ ହୋଇଛି |ନିର୍ବାଚନ ମଇଦାନରେ ଥିବା ୧୦ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ୩୧୯ଟି ବୁଥ୍ ରେ ହେଉଛି ମତଦାନ। ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଛି | ଏହା ଭିତରେ ୧୫ଟି ମଡେଲ, ୬ଟି ପିଙ୍କ୍ ବୁଥ ରହିଛି। ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ୧୨୦ବୁଥରେ ୱେବ୍ କାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି ଲାଗିଛି। ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧୨୭୬ ପୋଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି। ୯୧ ଜଣ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି । ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Breaking News