ରିପୋର୍ଟ କାର୍ଡ / ପଦ୍ମପୁର
ଉପନିର୍ବାଚନ ପ୍ରଚାରରେ କମ୍ପୁଛି ବରଗଡ଼ ପଦ୍ମପୁର । ଆଗାମୀ ୫ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ | ଏହା ପୂର୍ବରୁ ନିର୍ବାଚନ ସ୍ଥିତି ପରଖିବା ପାଇଁ ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଏହା ସହିତ ନିର୍ବାଚନ ଅଧିକାରୀ ବରଗଡ ଜିଲ୍ଳାପାଳଙ୍କ ସହିତ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ଏବଂ ସମୀକ୍ଷା କରିଛନ୍ତି । ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ପଦ୍ମପୁର ହାତେଇବା ପାଇଁ ୩ ପ୍ରମୁଖ ଦଳ ଜୋରସୋର ପ୍ରସ୍ତୁତି କରୁଛନ୍ତି । ଏହା ସହିତ ଭୋଟ ହାତେଇବ ପାଇଁ ଦାଣ୍ଡକୁ ଦାଣ୍ଡ ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ସେପଟେ ପଦ୍ମପୁର ଉପନିର୍ବାଚନ ବେଳେ ଗୋଟିଏ ଦିନରେ ଗୋଟିଏ ପଟେ କେନ୍ଦ୍ରୀୟ ଆୟକର ବିଭାଗର ଚଢ଼ାଉ ହୋଇଥିବା ବେଳେ ଅନ୍ୟପଟେ ଜିଏସଟି ଚଢ଼ାଉକୁ ଦେଖିଲେ ଉଭୟ ବିଜେଡି ବିଜେପି ମୁହାଁମୁହିଁ ପରିସ୍ଥିତିକୁ ଓହ୍ଲାଇଥିବା ସାଧାରଣରେ ଆଲୋଚନା ହେଉଛି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……