ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଦ୍ମପୁର ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନିଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ସୁରୁଖୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ଆମେ ପ୍ରସ୍ତୁତ ଅଛୁ । ଧାମନଗର ଭଳି ଆମକୁ ସବୁ ରାଜନୈତିକ ଦଳ ସହଯୋଗ କରିବେ ବୋଲି ଆଶା । ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ । ସୂଚନା ଥାଉକି ଡିସେମ୍ବର ୫ରେ ହେବ ପଦ୍ମପୁର ଉପନିର୍ବାଚନ । ଏଥିଲାଗି ନଭେମ୍ବର ୧୦ରେ ପ୍ରକାଶ ପାଇଁ ବିଧିବଦ୍ଧ ବିଜ୍ଞପ୍ତି । ଏହାପରେ ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ । ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ହୋଇଥିବା ବେଳେ ସେହି ଦିନ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ପରେ ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ। ବିଜେଡି ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରେ ଆସନ ଖାଲି ପଡିଛି ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..