Report Card Odisha

| Daily Odia News

ପହଲଗାଓଁ ଆକ୍ରମଣ:ଆତଙ୍କବାଦୀଙ୍କ ୨ ସହଯୋଗୀ ଗିରଫ,୩ ଆତଙ୍କୀଙ୍କ ଘର ଉଡ଼ାଇଲା ସେନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପହଲଗାଓଁ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ଜାମ୍ମୁ-କାଶ୍ମୀର ପୋଲିସ । କୁଲଗାମ ଜିଲ୍ଲା କାଇମୋ ଅନ୍ତର୍ଗତ ଥୋକରପୋରା ଗ୍ରାମରୁ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି। ଏମାନେ ଆତଙ୍କବାଦୀଙ୍କୁ ବିଭିନ୍ନ ପ୍ରକାର ସହଯୋଗ କରିଆସୁଥିବା ଜଣାପଡ଼ିଛି। ପହଲଗାଓଁ ଆକ୍ରମଣ ପରେ ଜାମ୍ମୁ-କାଶ୍ମୀରରେ ପୋଲିସ ଏବଂ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯିବା ସହ ଘର ଘର ବୁଲି ସର୍ଚ୍ଚ ଅପରେସନ ଚାଲିଛି। ଏହି ସମୟରେ ଆତଙ୍କୀଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ଧରିବା ଲାଗି ପୋଲିସ ଏବଂ ସେନା ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏହି ଅବସରରେ ୩ ଲଶ୍କର ଆତଙ୍କବାଦୀଙ୍କ ଘରକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ମୁରାନ ଗ୍ରାମ ସମେତ ଅନ୍ୟ ୨ଟି ସ୍ଥାନରେ ଥିବା ଏହି ୩ ଆତଙ୍କୀଙ୍କ ଘରକୁ ଉଡ଼ାଇ ଦେଇଛି ସେନା। ଏହା ପୂର୍ବରୁ ଅନ୍ୟ ୨ ଜଣ ଆତଙ୍କବାଦୀଙ୍କ ଘରକୁ ସ୍ଥାନୀୟ ଲୋକେ ଭାଙ୍ଗିଦେବା ସହିତ ନିଆଁ ଲଗାଇ ଦେଇଥିଲେ।

Breaking News