ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ମିଆଁୱାଲି ଏୟାରବେସ୍ରେ ଆତଙ୍କୀ ହାମଲା ହୋଇଛି । ଆତ୍ମଘାତୀ ଆତଙ୍କବାଦୀଙ୍କ ସମେତ ହତିଆରରେ ସୁସଜ୍ଜିତ ୬ ଆତଙ୍କୀ ମିଆଁୱାଲି ଏୟାରବେସ୍ରେ ଆଜି ସକାଳେ ଅତର୍କିତ ଭାବେ ପଶି ଯାଇଥିଲେ। ଏହାପରେ ସେମାନେ ପାକିସ୍ତାନ ସେନା ସହ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଫାୟାରିଂ ହୋଇଥିବା ବେଳେ ଏଥିରେ ୩ ଆତଙ୍କୀ ନିହତ ହୋଇଥିବା ଜଣାଯାଇଛି। ତହରିକ-ଏ- ଜିହାଦ ନାମକ ସଙ୍ଗଠନ ଏହି ହାମଲା ପାଇଁ ନିଜକୁ ଦାୟୀ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳୁ ଆତଙ୍କବାଦୀମାନେ ଏୟାରବେସ୍ ପାଚେରି ଡେଇଁବା ପାଇଁ ପ୍ରଥମେ ସିଡିର ବ୍ୟବହାର କରିଥିଲେ। ଏହାପରେ ଭିତରେ ପଶି ସେମାନେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଏହି ଆକ୍ରମଣକୁ ନେଇ ପାକିସ୍ତାନ ସେନା(ISPR) ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଆଜି ସକାଳୁ ସକାଳୁ ପାକିସ୍ତାନ ବାୟୁ ସେବାର ମିଆଁୱାଲି ଟ୍ରେନିଂ ଏୟାରବେସ୍ରେ ଆତଙ୍କବାଦୀ ହାମଲା କରିବା ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର ତାହା ଅସଫଳ ହୋଇଥିବା ଜଣାପଡିଛି |






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……