ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନରେ କରାଚୀ ଅନ୍ତର୍ଗତ କୋରାଙ୍ଗି ଅଞ୍ଚଳରେ ଗୋଟାଏ ହିନ୍ଦୁ ମନ୍ଦିରରେ ଆକ୍ରମଣ ହୋଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି | । ମେଡିଆ ରିପୋର୍ଟ ଅନୁସାରେ, କରାଚୀର କୋରାଙ୍ଗୀ ଅଞ୍ଚଳରେ ଥିବା ଶ୍ରୀମାରି ମାତା ମନ୍ଦିରରେ ଥିବା ଦିଅଁ ପ୍ରତିମାଗୁଡ଼ିକୁ ଆକ୍ରମଣ କରାଯାଇଛି। ମନ୍ଦିରଟି କୋରାଙ୍ଗୀ ଥାନା ଅନ୍ତର୍ଗତ ‘ଜେ’ ଅଞ୍ଚଳରେ ଅବସ୍ଥିତ। ସୂଚନା ପାଇବା ପରେ ପୁଲିସ ସେ ଅଞ୍ଚଳରେ ପହଞ୍ଚି ମନ୍ଦିର ତଦନ୍ତ କରିବା ସହ ଘଟଣା ବିଷୟରେ ଅନୁସନ୍ଧାନ କରିଥିଲେ। କରାଚୀରେ ବିଶେଷକରି, କୋରାଙ୍ଗୀ ଅଞ୍ଚଳରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ଘଟଣାଟି ଆତଙ୍କିତ ବାତାବରଣ ସୃଷ୍ଟି କରିଛି। ସେ ଅଞ୍ଚଳର ସଞ୍ଜୀବ ନାମରେ ଜଣେ ହିନ୍ଦୁ ଗଣମାଧ୍ୟମକୁ କହିଛନ୍ତି, ୬ରୁ ୮ଜଣ ଲୋକ ମୋଟର୍ସାଇକେଲ୍ରୁ ଏଠାକୁ ଆସି ମନ୍ଦିରରେ ଆକ୍ରମଣ କରିଥିଲେ। କିନ୍ତୁ, ସେମାନେ କିଏ ଓ କାହିଁକି ଆକ୍ରମଣ କଲେ ଆମେ ଜାଣିନାହୁଁ। ମନ୍ଦିର ଆକ୍ରମଣ ଘଟଣାରେ ମାମଲା ରୁଜୁ କରିବା ପାଇଁ ଥାନାରେ କୁହାଯାଇଛି। କୋରାଙ୍ଗୀ ‘ଏସ୍ଏଚ୍ଓ’ ଫାରୁକ୍ ସଞ୍ଜରାନି ସୁନିଶ୍ଚିତ କରି କହିଛନ୍ତି, ପାଞ୍ଚଛଅଜଣ ଅଜ୍ଞାତ ସନ୍ଦିଗ୍ଧ ମନ୍ଦିରରେ ପଶି ଭଙ୍ଗାରୁଜା କରିବା ପରେ ଖସି ପଳାଇଛନ୍ତି। ଅଜ୍ଞାତ ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..