ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ବିମାନକୁ ଅନୁମତି ଦେଲା ଧୋକାବାଜ ପାକିସ୍ତାନ । ଇଣ୍ଡିଗୋ ବିମାନକୁ ପାକିସ୍ତାନ ଆକାଶମାର୍ଗ ବ୍ୟବହାର ପାଇଁ ଅନୁମତି ଦେଇନଥିଲା । ଖରାପ ପାଗ ଯୋଗୁ ଟର୍ବୁଲେନ୍ସରୁ ବର୍ତ୍ତିବାକୁ ପାକ୍ ଏୟାରସ୍ପସ୍ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ ଇଣ୍ଡିଗୋ ପାଇଲଟ । ହେଲେ ପାକିସ୍ତାନ ଏହାକୁ ପ୍ରତ୍ୟାଖାନ କରିଦେଇଥିଲା । ଦିଲ୍ଲୀରୁ ଶ୍ରୀନଗର ବିମାନ ଯାଉଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଇଛି । ଇଣ୍ଡିଗୋ ବିମାନଟି ୨୨୭ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ-ଶ୍ରୀନଗର ଯାଉଥିଲା । ହଠାତ ଖରାପ ପାଗ ଯୋଗୁଁ ଲାହୋରରେ ଜରୁରୀ ଅବତରଣ ପାଇଁ ଅନୁମତି ମଗାଯାଇଥିଲା । ହେଲେ ପାକିସ୍ତାନ ମାନବିକତା ଭୁଲି ଅନୁମତି ଦେଇନଥିଲା । ଏହା ହେଉଛି ପାକିସ୍ତାନର ଅସଲ ଚରିତ୍ର । ପହଲଗାଓଁ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ଜାରି ରହିଛି । ପୁରା ଘଟଣାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ ତଦନ୍ତ କରୁଛି । ବୁଧବାର ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବିମାନ ଜରୁରୀ ଅବତରଣ କରିଥିଲା । ପ୍ରତିକୂଳ ପାଗ ଏବଂ କୁଆପଥର ମାଡ ଯୋଗୁଁ ମଝି ଆକାଶରେ ବିମାନ ଟଳମଳ ହୋଇଥିଲା । ଏହି ବିମାନରେ ୨୨୭ଜଣ ଯାତ୍ରୀ ଥିଲେ । ଯେଉଁଥିରେ ଟିଏମସି ସାଂସଦ ସାଗରିକା ଘୋଷଙ୍କ ସମେତ ୫ଜଣ ସଦସ୍ୟ ଥିଲେ । ପାଇଲଟ୍ ଓ କ୍ରିଉ ମେମ୍ବରଙ୍କ ଉଦ୍ୟମରେ ବିମାନଟି ସୁରକ୍ଷିତ ଭାବେ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରିଥିଲା ।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
ଜୁନ ୧ରୁ ବଦଳିବ ଏହି ସବୁ ନିୟମ…..