ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନରେ ବନ୍ୟାର ବିଭୀଷିକା ଏବେ ବି ଦେଖିବାକୁ ମିଳୁଛି । ଜଳାର୍ଣ୍ଣବ ହୋଇଯାଇଛି ଚତୁର୍ଦିଗ । ବନ୍ୟାର ଦୁର୍ଦ୍ଦଶା କୋଟି କୋଟି ଲୋକ ଭୋଗୁଥିବା ବେଳେ ଶହଶହ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୧୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜୁନ୍ ୧୪ ପରଠାରୁ ବର୍ଷା ହେତୁ ଅନେକ ଜିଲ୍ଲା ଜଳବନ୍ଦୀ ହୋଇଥିଲା । ଏହି କାରଣରୁ ଏପର୍ଯ୍ୟନ୍ତ ପ୍ରାୟ ୧,୦୩୩ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୦୭ଜଣ ମହିଳା ଓ ୩୪୮ ଶିଶୁ ଥିବା ଜଣାପଡ଼ିଛି । ଆଉ ଏଯାଏ ୧୫ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୁବଠାରୁ ବଡ଼ କଥା ହେଉଛି ଗତ ୨୪ଘଣ୍ଟା ମଧ୍ୟରେ କେବଳ ବନ୍ୟା ଯୋଗୁ ୧୧୯ ଜଣ ପ୍ରାଣ ହରାଇଛନ୍ତି । ଆଉ ୭୧ ଜଣ ଆହତ ହୋଇଥିବା କୁହାଯାଇଛି । ଏହି ୨୪ ଘଣ୍ଟାର ରିପୋର୍ଟରେ ସର୍ବାଧିକ ସିନ୍ଧ ପ୍ରାନ୍ତରେ ମୃତ୍ୟୁ ଘଟିଛି ବୋଲି କୁହାଯାଉଛି । ସେହିପରି ବନ୍ୟା ଯୋଗୁ ଗୃହପାଳିତ ପଶୁ ମଧ୍ୟ ପ୍ରାଣ ହରାଉଛନ୍ତି । ବନ୍ୟାକୁ କିଛି ଦିନ ବିତି ଯାଇଥିଲେ ମଧ୍ୟ ପାକିସ୍ତାନରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ହୋଇନାହିଁ । ଲୋକମାନେ ଖାଦ୍ୟ ଓ ପିଇବା ପାଣିପାଇଁ ଡହଳବିକଳ ହେଉଛନ୍ତି ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….