ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ରୀୟ ଆଫଗାନିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ଅତିକମ୍ରେ ୫୦ଜଣ ଲୋକଙ୍କ ଜୀବନ ଯାଇଛି। ଏ ନେଇ ଗୋର୍ ପ୍ରଦେଶ ସୂଚନା ବିଭାଗ ମୁଖ୍ୟ ଅବଦୁଲ ହାଜି ଜଇମ୍ ଶନିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶୁକ୍ରବାରରୁ କେନ୍ଦ୍ରୀୟ ଆଫଗାନିସ୍ତାନରେ ପ୍ରବଳ ବର୍ଷା ହେଉଛି। ଫଳରେ ନଦୀମାନଙ୍କରେ ବନ୍ୟା ଆସିଛି। ନଦୀ ପାଣିରେ ଭାସି ଯାଇ ୫୦ଜଣଙ୍କ ଜୀବନ ଯାଇଥିବା ବେଳେ ୨ ହଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ୪ ହଜାର ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ହଜାରୁ ଅଧିକ ଦୋକାନ ପାଣି ଘେରରେ ରହିଛି। ଏକାଧିକ ମୁଖ୍ୟ ରାସ୍ତାରେ ପାଣି ଚାଲିଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ସୂଚନାଥାଉ କି ଗତସପ୍ତାହରେ ଉତ୍ତର ଆଫଗାନିସ୍ତାନରେ ବନ୍ୟା ଯୋଗୁଁ ୩୧୫ଜଣଙ୍କ ଜୀବନ ଯାଇଥିବା ବେଳେ ୧୬୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଦୁର୍ଘଟଣାଗ୍ରସ୍ତ ହୋଇ ନଦୀ ମଧ୍ୟକୁ ଖସି ପଡ଼ିଥିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଫଗାନିସ୍ତାନରେ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇଛି।
More Stories
୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ…..
ଚର୍ଚ୍ଚରେ ଦଳାଚକଟା,୩୨ ଜଣଙ୍କ ମୃତ୍ୟୁ…..
ବଡ଼ ଧରଣ ଏନକାଉଣ୍ଟର,୩ ଖଲିସ୍ତାନୀ ଆତଙ୍କୀ ନିପାତ….