Report Card Odisha

| Daily Odia News

ଆମେରିକା ଶରଣରେ ପାକିସ୍ତାନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପହଲଗାମ୍‌ ଆକ୍ରମଣ ପରେ ପାକିସ୍ତାନ ଉପରେ ଜବ ରଦସ୍ତ ଆକ୍ରମଣ କରିଥିଲା ଭାରତ । ପାକିସ୍ତାନର ୯ ଆତଙ୍କୀ ଶିବିରକୁ ଟାର୍ଗେଟ୍‌ କରିବା ସହ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା ।ଏହାସହ ପାକିସ୍ତାନର ଏୟାରବେସ୍‌କୁ ଟାର୍ଗେଟ୍‌ କରିଥିଲା । ଚୀନ୍‌ରୁ ଆଣିଥିବା ଆଣ୍ଟିଡିଫେନ୍ସ ସିଷ୍ଟମ ଅକାମି ହେବାରୁ ଭାରତର ମୁକାବିଲା କରିବାରେ ଅସମର୍ଥ ହୋଇଥିଲା ପାକ । ଏହାପରେ ବାରମ୍ବାର ଅସ୍ତ୍ରବିରତି ଅନୁରୋଧ କରିଥିଲା । ଶେଷରେ ୨ ଦେଶର ଡିଜିଏମ୍‌ଓ ସ୍ତରରେ କଥାବାର୍ତ୍ତା ହେବା ପରେ ଅସ୍ତ୍ରବିରତି କରିଛନ୍ତି । ହେଲେ ଏବେ ପାକିସ୍ତାନ ଆମେରିକାକୁ ସାହାଯ୍ୟ ମାଗିଛି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଚୀନ୍‌ ସାମଗ୍ରୀ କେମିତି ତାହା ପୂରା ବିଶ୍ବ ଜାଣିଛି । ପାକିସ୍ତାନର ପରମ ବନ୍ଧୁ ରାଷ୍ଟ୍ର ବୋଲାଉଥିବା ଚୀନ୍‌ ପାକିସ୍ତାନକୁ ଏୟାରଡିଫେନ୍ସ ସିଷ୍ଟମ ଦେଇଥିଲା । ହେଲେ ତାହା କେତେ ଓ କେମିତି କାମ କଲା ତାହା ବି ପାକିସ୍ତାନ ଦେଖିଲା । ଏମିତିକି ଭାରତର ଆକ୍ରମଣ ସମ୍ପର୍କରେ ଚୀନ୍‌ ରାଡାର ଖବର ମଧ୍ୟ ଦେଇପାରିଲା ନାହିଁ । ତେଣୁ ଚୀନ୍‌ର ଡିଫେନ୍ସ ସିଷ୍ଟମ ବଦଳରେ ଆମେରିକାର ଡିଫେନ୍ସ ସିଷ୍ଟମ ଆଣିବାକୁ ପାକିସ୍ତାନ ପ୍ରୟାସ ଆରମ୍ଭ କରିଦେଇଛି । ହେଲେ ଆମେରିକା ପୂର୍ବରୁ ବାରମ୍ବାର କହିଥିଲା, ପାକିସ୍ତାନ ଆତଙ୍କବାଦୀ ପାଳୁଛି । ଏହାପରେ ବି କେମିତି ସେ ଦେଶ ସହ ଆଲୋଚନା କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଘେରରେ ଛନ୍ଦି ହେଲେଣି ଟ୍ରମ୍ପ ।

Breaking News