ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ସୋମବାର ତୃତୀୟ ଥର ପାଇଁ କେନ୍ଦ୍ର ସରକାର ଗଠନ କରିଥିବାରୁ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଏକ୍ସ ପୋଷ୍ଟ୍ ଜରିଆରେ ପାକ୍ ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପାଇଁ ଶୁଭେଚ୍ଛା। ତେବେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରଣ କରାଯାଇ ନାହିଁ। ଅନ୍ୟପକ୍ଷରେ ଭାରତର ପଡୋଶୀ ଦେଶ ତଥା ଭାରତ ମହାସାଗରୀୟ ଅଞ୍ଚଳର ପ୍ରମୁଖ ବ୍ୟକ୍ତିମାନେ, ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲ ଏବଂ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ୱିକ୍ରେମସିଂହ ଆଦିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। ନିମନ୍ତ୍ରଣ ତାଲିକାରୁ ଶେହବାଜ ସରିଫଙ୍କୁ ବାଦ ଦେବା ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତାକୁ ଦର୍ଶାଉଛି।
More Stories
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….