Report Card Odisha

| Daily Odia News

ଇମ୍ରାନଙ୍କ ସମର୍ଥକ ଓ ପୋଲିସ ସଂଘର୍ଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନର ବିଭିନ୍ନ ସହରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି । ଦେଶରେ ତୁରନ୍ତ ନିର୍ବାଚନ ଘୋଷଣା କରିବାକୁ ଦାବି ‌କରି ଇମ୍ରାନ ସମର୍ଥକମାନେ ହିଂସାତ୍ମକ ଆନ୍ଦୋଳନ ଭିଆଇଛନ୍ତି। ବୁଧବାର ଦିନ କରାଚୀ, ଲାହୋର, ଇସ୍‌ଲାମାବାଦ, ରାୱଲପିଣ୍ଡି ଏବଂ ଖାଇବର ପଖ୍‌ତୁନଖ୍ବାରେ ବଡ଼ ଧରଣର ସଂଘର୍ଷ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ବ୍ୟାପକ ପୋଡ଼ାଜଳା କରିବା ସହ ପୋଲିସ ବାହିନୀ ଉପରେ ଆକ୍ରମଣ କରିଛନ୍ତି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ପ୍ରବଳ ଲାଠିମାଡ଼ କରିବା ସହ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଛି। ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ୍‌ ଇ ଇନ୍‌ସାଫ୍‌ ଦଳର ୧ ହଜାରରୁ ଅଧିକ ସମର୍ଥକ ଅଟକ ଥିବା ଜଣାପଡ଼ିଛି । ଇସ୍‌ଲାମାବାଦରେ ଆନ୍ଦୋଳନକାରୀଙ୍କ ପ୍ରବେଶ ଉପରେ କଟକଣାକୁ ନେଇ ବ୍ୟାପକ ହିଂସା ଘଟିଛି। ଅନ୍ୟପକ୍ଷରେ ଲାହୋରରେ କୌଣସି ପେଟ୍ରୋଲ ଷ୍ଟେସନରେ ପେଟ୍ରୋଲ ମିଳୁନାହିଁ କି ଏଟିଏମ୍‌ରେ ଟଙ୍କା ନାହିଁ ବୋଲି କ୍ରିକେଟର୍‌ ମହମ୍ମଦ ହାଫିଜ୍‌ ଟ୍ବିଟ୍‌ କରିଛନ୍ତି।

Breaking News