Report Card Odisha

| Daily Odia News

ନୀରଜଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ପାକିସ୍ତାନର ନଦୀମ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପହଲଗାମ୍‌ ଆତଙ୍କୀ ହମ୍‌ଲାକୁ ନେଇ ଭାରତ-ପାକ୍‌ ସମ୍ପର୍କ ବର୍ତ୍ତମାନ ଅଧିକ ତିକ୍ତ ହୋଇଥିବାବେଳେ ପାକିସ୍ତାନର ଅଲିମ୍ପିକ୍ ଚମ୍ପିଆନ୍ ଅରଶଦ ନଦୀମ୍ ବେଙ୍ଗାଲୁରୁରେ ହେବାକୁ ଥିବା ଏନସି(ନୀରଜ ଚୋପ୍ରା) କ୍ଲାସିକ୍ ଜାଭେଲିନ୍ ଥ୍ରୋ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ବୁଧବାର ନଦୀମ୍ କହିଛନ୍ତି, ମେ’ ୨୪ରେ ବେଙ୍ଗାଲୁରୁରେ ହେବାକୁ ଥିବା ଏନସି କ୍ଲାସିକ୍ ଜାଭେଲିନ୍ ଥ୍ରୋ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ନେଇ ନୀରଜ ଚୋପ୍ରାଙ୍କ ନିମନ୍ତ୍ରଣକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବେ ସେ ଆଗାମୀ ଏସୀୟ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବାରୁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିବା କହିଛନ୍ତି। ନଦୀମ କହିଛନ୍ତି, ‘‘ଏନସି କ୍ଲାସିକ୍ ପ୍ରତିଯୋଗିତା ମେ ୨୪ରେ ଅଛି, କିନ୍ତୁ ମୁଁ ଏସୀୟ ଆଥଲେଟିକ୍ସ ଚମ୍ପିଆନସିପ୍ ପାଇଁ ମେ ୨୨ରେ କୋରିଆ ଯିବି।’’ ସେ ଆହୁରି କହିଛନ୍ତି ଯେ, ସେ ୨୭ରୁ ମେ’ ୩୧ ପର୍ଯ୍ୟନ୍ତ କୋରିଆରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ଚମ୍ପିଆନସିପ୍ ପାଇଁ କଠିନ ପରିଶ୍ରମ କରୁଛନ୍ତି।

Breaking News