ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ବେଳେ ଅନ୍ୟ ପଟେ ଖାଦ୍ୟଦ୍ରବ୍ୟକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟ ପ୍ରସ୍ତୁତି ପାଇଁ ଅଟାର ଘୋର ଅଭାବ ଥିବାରୁ ଅଟା ଚୋରି ଆରମ୍ଭ ହୋଇଛି। ମିଳିଥିବା ଖବର ଅନୁଯାୟୀ, ଅଟା ଚୋରିକୁ ରୋକିବା ପାଇଁ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଧାରା ୧୪୪ ଲାଗୁ କରାଯାଇଛି। ଏକ ସରକାରୀ ଆଦେଶ ଜାରି କରି ସରକାର ଏଥିପାଇଁ ସୂଚନା ଦେଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ବାଲୁଚିସ୍ତାନରେ ଗହମ ଉତ୍ପାଦିତ ହେଉଛି। ପାକିସ୍ତାନରେ ଅଟା ଅଭାବ ଥିବାରୁ ବାଲୁଚିସ୍ତାନ ସରକାରଙ୍କ ଖାଦ୍ୟ ବିଭାଗ ରାଜ୍ୟରେ ଉତ୍ପାଦିତ ଗହମ କିମ୍ବା ଅଟା ଚୋରା ଚାଲାଣକୁ ରୋକିବା ପାଇଁ ସମଗ୍ର ରାଜ୍ୟରେ ଧାରା ୧୪୪ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ଗହମ ଫସଲ ଉତ୍ପାଦନ ପର୍ଯ୍ୟନ୍ତ ରାଜ୍ୟରେ ଅଟା ଅଭାବ ନହେବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନର ହାହାକାର ପରିସ୍ଥିତି ମଧ୍ୟରେ ଖାଦ୍ୟ ସାମଗ୍ରୀର ମଧ୍ୟ ଘୋର ଅଭାବ ରହିଛି। ପାକିସ୍ତାନରେ ଅଟା ଏବଂ ଚିନିର ମୂଲ୍ୟ ଆକାଶଛୁଆଁ ହେଉଛି। ରମଜାନ ମାସରୁ ପାକିସ୍ତାନରେ ଅଟା ଅଭାବ ରହିଛି। ପାକିସ୍ତାନରେ ଅଟା ମିଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା କରିଛି, ଯେଉଁଥିପାଇଁ ପାକିସ୍ତାନରେ ଅଟା ଅଭାବ ଦେଖାଦେଇଛି।






More Stories
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..