ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପାକିସ୍ତାନରେ ସଂସଦୀୟ ନିର୍ବାଚନ | ଏହା ପୂର୍ବରୁ ବୁଧବାର ବେଲୁଚିସ୍ତାନ ପ୍ରଦେଶରେ ଭୟାନକ ବୋମା ବିସ୍ଫୋରଣ ଯୋଗୁ ଅତିକମ୍ରେ ୨୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ନିବାଚନକୁ ଭଣ୍ଡୁର କରିବା ପାଇଁ ଇରାନ୍ ସମର୍ଥିତ ବିଦ୍ରୋହୀମାନେ ଏଭଳି ଆତଙ୍କ ସୃଷ୍ଟି କରିଥିବା ସନ୍ଦେହ କରାଯାଉଛି । ସଂସଦୀୟ ନିର୍ବାଚନରେ ଏଭଳି ହିଂସା ଆତଙ୍କ ସୃଷ୍ଟି କରିଛି ଏବଂ ଏଭଳି ପରିସ୍ଥିତିରେ ଲୋକେ ଭୋଟ୍ ଦେବାକୁ ଯିବେନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। କ୍ୱେଟାଠାରୁ ପ୍ରାୟ ୫୦ କିଲୋମିଟର ଦୂର ପିଶିନ୍ ଜିଲ୍ଲାରେ ହୋଇଥିବା ପ୍ରଥମ ବୋମା ବିସ୍ଫୋରଣରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାର ପ୍ରାୟ ଘଣ୍ଟାଏ ପରେ କିଲ୍ଲା ଅବଦୁଲ୍ଲା ଅଂଚଳରେ ହୋଇଥିବା ବିସ୍ଫୋରଣରେ ଆଉ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଦ୍ବିତୀୟ ବିସ୍ଫୋରଣ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ନିର୍ବାଚନ କାର୍ଯ୍ୟାଳୟ ବାହାରେ ହୋଇଥିଲା ବୋଲି ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ। ବିସ୍ଫୋରଣ ପଛରେ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ହାତ ଥିବାରୁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ସୁରକ୍ଷା କର୍ମୀମାନେ ସମଗ୍ର ଅଂଚଳକୁ ସିଲ୍ କରି ଯାଞ୍ଚ ଚଳାଇଛନ୍ତି। ଆଫଗାନିସ୍ତାନ ଏବଂ ଇରାନ ସୀମାରେ ଅବସ୍ଥିତ ଏହି ପ୍ରଦେଶ ବାଲୁଚ ବିଦ୍ରୋହୀଙ୍କ ମୁକାବିଲା କରୁଛି।






More Stories
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..