ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ଏକାଧିକ ଆତଙ୍କୀ ହମ୍ଲାର ମାଷ୍ଟର ମାଇଣ୍ଡ୍ ଜେଇଏମ୍ ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ମାସୁଦ୍ ଆଝାରକୁ ଧରିବାକୁ ପାକିସ୍ତାନ କହିଛି | ଆତଙ୍କବାଦୀ ମାସୁଦ୍ ପାକିସ୍ତାନରେ ଥିବାନେଇ ଭାରତ ଦାବି କରି ଆସୁଛି | ଖବର ସାମ୍ନାକୁ ଆସିଛି- ପାକିସ୍ତାନ ମାସୁଦ୍ ଆଝାରକୁ ଧରିବାକୁ ଆଫଗାନ୍ ସରକାରଙ୍କୁ ଚିଠି ଲେଖିଛି । ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ- ତାଲିବାନ୍ କ୍ଷମତାକୁ ଆସିବା ପରଠାରୁ ମାସୁଦ୍ ଆଫଗରନିସ୍ତାନ ପଳାଇଛି। ଏବେ ସେ ଆଫଗାନିସ୍ତାନର ନଙ୍ଗରହର୍ କିମ୍ବା କୁନୁରରେ ଥିବା ଅନୁମାନ କରି ତାକୁ ଗିରଫ କରିବା ପାଇଁ ଆଫଗାନିସ୍ତାନକୁ କହିଛି ପାକିସ୍ତାନ। କୁହାଯାଉଛି ଅନ୍ତର୍ଜାତୀୟ ସଂସ୍ଥା ଫାଇନାନ୍ସିଆଲ୍ ଆକ୍ସନ ଟାସ୍କଫୋର୍ସ FATF ଗ୍ରେ ଲିଷ୍ଟରୁ ମୁକୁଳିବା ପାଇଁ ପାକିସ୍ତାନ ବାଧ୍ୟ ହୋଇ ଏପରି ପନ୍ଥା ଆପଣାଇଛି । କାରଣ ପାକିସ୍ତାନର ପ୍ରରୋଚନା ଓ ଶରଣରେ ମାସୁଦ୍ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଥିବାରୁ ଇସ୍ଲାମାବାଦ୍ ବିରୋଧରେ ଏଫ୍ଏଟିଏଫର କଟକଣା ଜାରିରହିଛି | ସେପଟେ ପାକିସ୍ତାନର ଏଭଳି ଚିଠି ପାଇ ତାଲିବାନୀ ମୁଖପାତ୍ର ଜୈବିଉଲ୍ଲା ମୁଜାହିଦ୍ ଅସ୍ବୀକାର କରିଛନ୍ତି | କହିଛନ୍ତି ବାସ୍ତବରେ ମାସୁଦ୍ ଆଝାର ପାକିସ୍ତାନରେ ହିଁ ଅଛନ୍ତି। ଏକଥା ଆଫଗାନିସ୍ତାନ ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଛି |






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..