ରିପୋର୍ଟ କାର୍ଡ / ଭୁବନେଶ୍ବର
ପାରାଦ୍ୱୀପ ବନ୍ଦରରେ ଲାଗିଥିବା ଜାହାଜରେ ୨୧ଜଣ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ସୂଚନା ମିଳିଛି । ଏନେଇ ପାରାଦ୍ୱୀପ ଇମିଗ୍ରେସନ ବିଭାଗ ଅବଗତ କରିଥିବା ସୂଚନା ଦିଆଯାଇଛି । ପାକିସ୍ତାନୀ କ୍ରିଉ ମେମ୍ବର ଥିବା ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାରାଦ୍ୱୀପ ପୋର୍ଟ ଏସପିଏମ୍ରେ ଲାଗିଛି ହଂକଂ ଫ୍ଲାଗସିପ୍ ଜାହାଜ । ମେରାଇନ୍ ପୋଲିସ, ସିଆଇଏସଏଫ, କଷ୍ଟମ ବିଭାଗକୁ ଅବଗତ କରିଛି ଇମିଗ୍ରେସନ ବିଭାଗ । ପଣ୍ୟ ଖଲାସ ନହେବା ପର୍ଯ୍ୟନ୍ତ ଜାହାଜକୁ ଜଗି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନୀ କ୍ରିଉ ମେମ୍ବର ଯେଭଳି ଜାହାଜରୁ ନଓହ୍ଲାନ୍ତି ସେଥିପ୍ରତି କଡା ନଜର ରଖାଯାଇଛି ।






More Stories
ଜଳିଗଲା ବସ୍,୧୦ ମୃତ……
ରାଜା ଚକ୍ର ସମେତ ୧୧ ଅଭିଯୁକ୍ତଙ୍କ ନାଁରେ ଇଡି ଚାର୍ଜସିଟ୍…..
ରାଜ୍ୟ କ୍ୟାବିନେଟ ବୈଠକରେ ୧୦ ପ୍ରସ୍ତାବକୁ ଅନୁମୋଦନ……