ରିପୋର୍ଟ କାର୍ଡ / ଭୁବନେଶ୍ବର
ପାରାଦ୍ୱୀପ ବନ୍ଦରରେ ଲାଗିଥିବା ଜାହାଜରେ ୨୧ଜଣ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ସୂଚନା ମିଳିଛି । ଏନେଇ ପାରାଦ୍ୱୀପ ଇମିଗ୍ରେସନ ବିଭାଗ ଅବଗତ କରିଥିବା ସୂଚନା ଦିଆଯାଇଛି । ପାକିସ୍ତାନୀ କ୍ରିଉ ମେମ୍ବର ଥିବା ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାରାଦ୍ୱୀପ ପୋର୍ଟ ଏସପିଏମ୍ରେ ଲାଗିଛି ହଂକଂ ଫ୍ଲାଗସିପ୍ ଜାହାଜ । ମେରାଇନ୍ ପୋଲିସ, ସିଆଇଏସଏଫ, କଷ୍ଟମ ବିଭାଗକୁ ଅବଗତ କରିଛି ଇମିଗ୍ରେସନ ବିଭାଗ । ପଣ୍ୟ ଖଲାସ ନହେବା ପର୍ଯ୍ୟନ୍ତ ଜାହାଜକୁ ଜଗି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନୀ କ୍ରିଉ ମେମ୍ବର ଯେଭଳି ଜାହାଜରୁ ନଓହ୍ଲାନ୍ତି ସେଥିପ୍ରତି କଡା ନଜର ରଖାଯାଇଛି ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..