ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଧରାପଡ଼ିଲା ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର। ଉତ୍ତର ପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ(ଏଟିଏସ) ପକ୍ଷରୁ ପାକିସ୍ତାନର ଗୁପ୍ତଚର ସଂସ୍ଥା ପାଇଁ ଗୁପ୍ତଚର କରୁଥିବା ଅଭିଯୋଗରେ ରାମପୁର ବାସିନ୍ଦା ସାହଜାଦକୁ ମୋରାଦାବାଦରରୁ ଗିରଫ କରିଛି। ସେ ଗତ କିଛି ବର୍ଷ ଧରି ପାକିସ୍ତାନ ଯିବାଆସିବା କରୁଥିଲା ଏବଂ ଆଇଏସଆଇକୁ ସୁରକ୍ଷା ସମ୍ବନ୍ଧୀୟ ଗୁପ୍ତ ସୂଚନା ଦେଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ମୋରାଦାବାଦରରୁ ଗିରଫ ହୋଇଥିବା ସାହଜାଦ ସୀମାପାର ଚୋରା ଚାଲାଣରେ ଜଡିତ ଥିବା ସୂଚନା ମିଳିଛି। ସାହଜାଦ ଭାରତ-ପାକିସ୍ତାନ ସୀମା ଦେଇ ପ୍ରସାଧନ ସାମଗ୍ରୀ, ପୋଷାକ, ମସଲା ଏବଂ ଅନ୍ୟାନ୍ୟ ଜିନିଷ ଚୋରା ଚାଲାଣ କରୁଥିଲେ। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇକୁ ସମର୍ଥନ ପାଇଁ ତାଙ୍କର ଚୋରାଚାଲାଣ କାର୍ଯ୍ୟ ଦ୍ୱିଗୁଣିତ ହୋଇଥିଲା। ସାହଜାଦର ଆଇଏସଆଇ ଏଜେଣ୍ଟମାନଙ୍କ ସହିତ ଭଲ ସମ୍ପର୍କ ରହିଥିଲା ଏବଂ ସେମାନଙ୍କ ସହିତ ସେ ନିରନ୍ତର ଯୋଗାଯୋଗରେ ରହିଥିଲେ। ସାହଜାଦ ଆଇଏସଆଇର ଏଜେଣ୍ଟମାନଙ୍କୁ ଭାରତର ସୁରକ୍ଷା ସମ୍ବନ୍ଧୀୟ ଗୁପ୍ତ ସୂଚନା ପ୍ରଦାନ କରିଥିବା ସନ୍ଦେହ କରାଯାଉଛି। ତଦନ୍ତ ପରେ ପ୍ରକୃତ ସତ୍ୟସତ୍ୟ ଜଣାପଡ଼ିବ ବୋଲି ଏଟିଏସ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..