ରିପୋର୍ଟ କାର୍ଡ / ଭୁବନେଶ୍ବର
ଭୁବନେଶ୍ବରରେ ରହିଛନ୍ତି ଜଣେ ପାକିସ୍ତାନୀ ମହିଳା। ସେ ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ଵରରେ ରହୁଛନ୍ତି। ଖାଲି ସେତିକି ନୁହେଁ ଉକ୍ତ ପାକିସ୍ତାନୀ ମହିଳା ଜଣେ ଓଡ଼ିଆଙ୍କୁ ବିବାହ କରିବା ସହ ଏଠାରେ ଦୀର୍ଘ ମିଆଦି ଭିସାରେ ରହୁଥିବା ଜଣାଯାଇଛି। ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଥିଲା, ଯେଉଁଥିପାଇଁ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ପାଇଁ ଏକଜିଟ୍ ଭିସା ପାଇଁ କମିସନରେଟ ପୋଲିସ ନିକଟରେ ଆବେଦନ କରିଥିଲେ। କିନ୍ତୁ ସେହି ଆବେଦନ ପଡ଼ିରହିଥିଲା। ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀଙ୍କୁ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ଯ ଭୁବନେଶ୍ବର ଛାଡ଼ିଯିବା ପାଇଁ କମିସନରେଟ ପୋଲିସ ନୋଟିସ କରିଛି।






More Stories
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..
ଶିଶୁ ବାଟିକା ପିଲାଙ୍କୁ ମାଗଣା ପୋଷାକ…..
ଯୁକ୍ତ ୨ ପରୀକ୍ଷା ପାଇଁ ସ୍ବତନ୍ତ୍ର ନିୟମାବଳୀ…..