Report Card Odisha

| Daily Odia News

ପାକିସ୍ତାନୀ ହିନ୍ଦୁଙ୍କୁ ଜେଲରେ ବନ୍ଦ କର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିଥିଲେ। ସଂସଦରେ ପ୍ରବଳ ବିରୋଧ ମଧ୍ୟରେ ଉକ୍ତ ବିଲ୍‌ ୨୦୧୯ ମସିହା ଡିସେମ୍ବର ମାସରେ ଗୃହୀତ ହୋଇଥିଲା। ପ୍ରଥମ ଥର ପାଇଁ ଧର୍ମ ଆଧାରରେ ନାଗରିକତା ପ୍ରଦାନ ବ୍ୟବସ୍ଥା ଏହି ଆଇନରେ ରହିଛି। ତେବେ ବିଜ୍ଞପ୍ତି ଜାରି ପରେ ବିରୋଧୀ ଦଳମାନେ ଏହାକୁ ବିରୋଧ କରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସିଏଏ ଲାଗୁକୁ ବିରୋଧ କରିଛନ୍ତି। ଏବିଷୟରେ ଜାଣିବା ପ‌ରେ ଗୁରୁବାର ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ହିନ୍ଦୁ ଶରଣାର୍ଥୀମାନେ କେଜ୍ରିୱାଲଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରାଗି ଯାଇଥିବା ଜଣାପଡ଼ିଛି। ରାଗରେ ସେ ସିଏଏକୁ ସମର୍ଥନ କରୁଥିବା ପାକିସ୍ତାନୀଙ୍କୁ ଜେଲରେ ବନ୍ଦ କରିବା ଦରକାର ବୋଲି କହିଛନ୍ତି। ଏକ୍ସରେ ବିକ୍ଷୋଭ ପ୍ରଦର୍ଶନର ଭିଡିଓକୁ ସେୟାର କରି ସେ ‌ଲେଖିଛନ୍ତି, ଏ ପାକିସ୍ତାନୀମାନଙ୍କର ଏତେ ସାହସ? ପ୍ରଥମେ, ସେମାନେ ଆମ ଦେଶରେ ବେଆଇନ ଭାବେ ଅନୁପ୍ରବେଶ କଲେ ଏବଂ ଆମ ଦେଶର ନିୟମ ଭାଙ୍ଗିଲେ। ଆଉ ଏବେ ବିକ୍ଷୋଭ କରୁଛନ୍ତି। ଏମାନେ ସବୁ ଜେଲରେ ରହିବାର ଥିଲା। ଏମାନଙ୍କର ଏତେ ସାହସ ହୋଇଗଲାଣି ଯେ, ଏମାନେ ଆମ ଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସିଏଏ ଆସିବା ପରେ ପାକିସ୍ତାନୀ ଏବଂ ବାଂଲାଦେଶୀମାନେ ସାରା ଦେଶରେ ବ୍ୟାପିବେ ଏବଂ ଲୋକଙ୍କୁ ହଇରାଣ କରିବେ। ସେମାନଙ୍କୁ ନିଜର ଭୋଟ୍ ବ୍ୟାଙ୍କ କରିବା ପାଇଁ ବିଜେପି ସମଗ୍ର ଦେଶକୁ ଅସୁବିଧାରେ ପକାଉଛି।

 

 

Breaking News