ରିପୋର୍ଟ କାର୍ଡ / ଗଞ୍ଜାମ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ପର୍ଯ୍ୟାୟ ରେ ଗଞ୍ଜାମ ଜିଲ୍ଲାର ୫ ଟି ବ୍ଲକରେ ହେବ ଭୋଟ ଗ୍ରହଣ l ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟ ରେ ପହଂଚିଥିବା ବେଳେ ଧରାକୋଟ ବ୍ଲକ ରେ ମଧ୍ୟ ଏହି ପର୍ଯ୍ୟାୟ ରେ ହେବା ମତଦାନ l ଏଥିଲାଗି ବୁଥ୍ ଗୁଡିକରେ ଗତକାଲି ଠାରୁ ପ୍ରିଜାଡିଙ୍ଗ ଅଫିସର ଓ କର୍ମଚାରୀ ମାନେ ପହଞ୍ଚି ସାରିଥିବା ବେଳେ ଆସନ୍ତାକାଲି ଭୋଟ ଗ୍ରହଣ ଲାଗି ପ୍ରସ୍ତୁତି ଜାରିରଖିଛନ୍ତି l ଅନ୍ୟପଟେ ବ୍ଲକ ର ଢଉଗାଁ ପଞ୍ଚାୟତ ର ପ୍ରାଥମିକ ବିଦ୍ୟାଳୟ ଢାଉଗାଁ ରେ 5 ଟି ବୁଥ୍ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି l ଏହି ବୁଥରେ ଭୋଟର ମାନଙ୍କ ଲାଗି ପାଣି, ବିଶ୍ରାମ ସ୍ଥାନ ଏବଂ ଯିବା ଆସିବା ଲାଗି ସଂକୀର୍ଣ୍ଣ ରାସ୍ତା ରହିଥିବା ରୁ ଭୋଟର ହଇରାଣ ହେବା ଆଶଙ୍କାକରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୁଥ୍ କର୍ମଚାରୀ l ସେପଟେ ବ୍ଲକର 18 ଟି ପଞ୍ଚାୟତ ର 261ଟି ବୁଥରେ 80 ହଜାର ରୁ ଉର୍ଦ୍ଧ ଭୋଟର ନିଜର ମତ ସାବ୍ୟସ୍ଥ କରିବେ l ପ୍ରଶାସନ ପକ୍ଷରୁ 17 ଟି ଅତିଷମ୍ବେଦନଶିଳ ବୁଥ୍ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି l
More Stories
ପୁଣି ଥରେ ବିବାଦରେ ସାରଥି ବାବା,ଥାନାରେ ଏତଲା……
ଗଳା କାଟି ବ୍ୟବସାୟୀଙ୍କୁ ହତ୍ୟା…..
କଳିଙ୍ଗା ଘାଟିରେ ବସ ଦୁର୍ଘଟଣା, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ…..