Report Card Odisha

| Daily Odia News

ଆଜିଠୁ ପଞ୍ଚକ ବ୍ରତ, ୪ବେଶରେ ଦର୍ଶନ ଦେବେ ମହାପ୍ରଭୁ……

ରିପୋର୍ଟ କାର୍ଡ / ପୁରୀ

ଆଜିଠାରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚକପର୍ବ ବ୍ରତ । ମହାକାର୍ତ୍ତିକର ଏହି ଶେଷ ଦିନଗୁଡ଼ିକ ସବୁଠୁ ପୁଣ୍ୟ ଦିନ ବୋଲି ବିବେଚନା କରାଯାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିବେ। ତେବେ ଶ୍ରୀମନ୍ଦିର ଭିତରକାଠ ପରିବର୍ତ୍ତେ ଶ୍ରଦ୍ଧାଳୁମାନେ କେବଳ ବାହାରକାଠରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରିବେ। ଶୃଙ୍ଖଳିତ ଦର୍ଶନ ନିମନ୍ତେ ମରିଚିକୋଟ ଛକରୁ ଧାଡ଼ି ବ୍ୟବସ୍ଥା କରାଯାଇଥିବା ବେଳେ ମାର୍କେଟ୍ ଛକରୁ ସିଂହଦ୍ବାର ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ବକୁ ଯାନବାହନ ନିଷେଧାଞ୍ଚଳ (ନୋ ଭେହିକିଲ୍‌ ଜୋନ୍‌) କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ସାଙ୍ଗକୁ ସିସିଟିଭିରେ ୨୪ ଘଣ୍ଟା ନଜର ରଖାଯିବାକୁ ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ଳିତବର୍ଷ ପଞ୍ଚକ ୫ ଦିନ ବଦଳରେ ୪ ଦିନ ପାଳିତ ହେବ। ପୂର୍ବରୁ ପଞ୍ଚକ ୫ ଦିନ ୫ ବେଶରେ ଦର୍ଶନ ଦେଉଥିବା ମହାପ୍ରଭୁ ଚଳିତବର୍ଷ ୪ ଦିନରେ ୪ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଗୋଟିଏ ଦିନ କ୍ଷୟ କାରଣରୁ ଏଥର ମହାପ୍ରଭୁ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେନି। ପଞ୍ଚକର ୪ ଦିନ ଭକ୍ତମାନେ କେବଳ ସିଂହଦ୍ବାରରେ ପ୍ରବେଶ କରିବେ ଏବଂ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ବାର ବାଟେ ପ୍ରସ୍ଥାନ କରିବେ। ଭିଡ଼ ନିୟନ୍ତ୍ରଣ ପାଇଁ ଧାଡ଼ି ବ୍ୟବସ୍ଥା ହୋଇଥିବା ବେଳେ ମରିଚିକୋଟ ଛକରୁ ଛାୟାପ୍ରଦ ବ୍ୟାରିକେଡ୍‌ ତିଆରି ହୋଇଛି। ଭକ୍ତମାନେ ଦର୍ଶନ ପାଇଁ ମରିଚିକୋଟ ଛକରୁ ଗୋଟିଏ ଧାଡ଼ିରେ ପ୍ରବେଶ କରିବେ। ମହାପ୍ରଭୁଙ୍କ ନୀତିକାନ୍ତି ସଂପର୍କିତ ସୂଚନା ମାଇକ୍‌ ଜରିଆରେ ପ୍ରଦାନ କରାଯିବ। ଛାୟାପ୍ରଦ ସେଡ୍‌ ଭିତରେ ଗରମରୁ ରକ୍ଷା ପାଇଁ ଫ୍ୟାନ୍‌, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି। ପଞ୍ଚକ ଭିଡ଼କୁ ନଜରରେ ରଖି ଶ୍ରୀମନ୍ଦିର ନୀଳଚକ୍ର ଧ୍ବଜାବନ୍ଧା ନୀତି ସଅଳ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଏ ନେଇ ଚୁନରା ସେବକମାନଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି।

Breaking News